କୁକୁର ଲଗାଇ ଜନ୍ତୁ ଶିକାର

You are currently viewing କୁକୁର ଲଗାଇ ଜନ୍ତୁ ଶିକାର

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟର ପମ୍ପାସର, ଟାଇଁସି ସମେତ ବନ୍ତଳାର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଜନ୍ତୁ ଶିକାରୀମାନେ ଏବେ ସକ୍ରିୟ ହୋଇପଡ଼ିଛନ୍ତି। ଶୀତ ଶୀଘ୍ର ଆସିଯିବାରୁ ଜନ୍ତୁ ମା˚ସକୁ ଦିନେ ଦୁଇଦିନ ଲୁଚେଇ ରଖି ବିକିବାକୁ ସହଜ ହେଉଛି। ପୂର୍ବରୁ ବିଦ୍ୟୁତ୍‌ ତାର ବିଛାଇ, ଫାଶ ପକେଇ, ବନ୍ଧୁକ ସାହାଯ୍ୟରେ ଜନ୍ତୁ ଶିକାର କରୁଥିଲେ। କିନ୍ତୁ ସେମାନେ ଏବେ ନୂଆ କୌଶଳ ଆପଣେଇଛନ୍ତି। ପୋଷା କୁକୁର ସହାୟତାରେ ସେମାନେ ଏବେ ଜନ୍ତୁ ଶିକାର କରୁଛନ୍ତି, ଯାହା ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ଚକିତ କରିଛି। ଏଣୁ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ଜଙ୍ଗଲ ଜନ୍ତୁ ସୁରକ୍ଷା ଦିଗରେ ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି ମତ ପ୍ରକାଶ ପାଇଛି।

Share

Leave a Reply