ଅନୁଗୁଳ: ଅନୁଗୁଳ ପୌରପାଳିକା ଭିତରେ ବୁଲା ଗାଈଗୋରୁଙ୍କ ଉତ୍ପାତ ଏକ ସାଧାରଣ କଥା। ବସ୍ଷ୍ଟାଣ୍ଡ, ବଜାର, ଗାନ୍ଧୀପାର୍କ, ୫୫ ନଂ ଜାତୀୟ ରାଜପଥ ସବୁଠି ପଲପଲ ଗୋରୁ। ଏହାଦ୍ବାରା ଛୋଟବଡ଼ ଦୁର୍ଘଟଣା ତ ଘଟୁଛି, ଟ୍ରାଫିକ୍ ବ୍ୟବସ୍ଥାରେ ମଧ୍ୟ ବାଧା ଉପୁଜୁଛି। ବିଭିନ୍ନ ସମାଜସେବୀ ଅନୁଗୁଳରେ କାଞ୍ଜିଆହୁଦା ନିର୍ମାଣ ନେଇ ଜିଲ୍ଲାପାଳଙ୍କୁ ଜଣାଇବା ପରେ ଏବେ ପ୍ରଶାସନ ତତ୍ପରତା ଜଣାଇଛି। ଏଣିକି ଗାଈଗୋରୁ ରାସ୍ତାକୁ ଛାଡ଼ିଲେ ସେମାନଙ୍କୁ ଧରି ଗୋଶାଳାକୁ ପଠାଇ ଦିଆଯିବ ଏବଂ ବାରମ୍ବାର ଭୁଲ୍ କଲେ ଏଣିକି ଜୋରିମାନା କରିବେ ବୋଲି ପୌର କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛି। ଦେଖାଯାଉ ବୁଲା ଗାଈଗୋରୁଙ୍କ ଉତ୍ପାତ କେବେ କମୁଛି।
ଗାଈଗୋରୁ ପଦାକୁ ଛାଡ଼ିଲେ ଏଣିକି ଫାଇନ୍
- Post published:October 20, 2020
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Municipality Angul