ମଣ୍ଡପରେ ହୋଟେଲ ନେଇ ଛକାପଞ୍ଝା, ବୈଠକ ବନ୍ଦ କଲା ପ୍ରଶାସନ

0

ଅନୁଗୁଳ: ଅନୁଗୁଳ ଅମଲାପଡ଼ା ଦୁର୍ଗାମଣ୍ଡପ ପକ୍ଷରୁ ରବିବାର ଏକ ବୈଠକ ଡକାଯାଇଥିବା ବେଳେ ଏହାକୁ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି। କରୋନା ସମୟରେ କୌଣସି ବୈଠକ ହୋଇପାରିବ ନାହିଁ ବୋଲି ସରକାର ନିର୍ଦ୍ଦେଶନାମା ଜାରି କରିଥିବାରୁ ବୈଠକ ବନ୍ଦ କରାଯାଇଥିବା ସୂଚନା ମିଳିଛି । ଦୁର୍ଗା ମଣ୍ଡପକୁ ଏକ ଟେଣ୍ଟ ହାଉସକୁ ଦିଆଯାଇ ଏକ ହୋଟେଲ ଖୋଲାଯାଇଥିବାରୁ ଅମଲାପଡ଼ା ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହାକୁ ନେଇ ସପକ୍ଷ ଓ ବିପକ୍ଷ ଦୁଇ ଗୋଷ୍ଠି ମଧ୍ୟରେ ଗତ କିଛି ଦିନ ହେଲା ଶୀତଳ ଯୁଦ୍ଧ ଲାଗି ରହିଛି। ବିବାଦର ସମାଧାନ ଉଦ୍ଦେଶ୍ୟରେ ଏହି ବୈଠକ ଡକାଯାଇଥିଲା ବେଳେବୈଠକ ପୂର୍ବରୁ ପ୍ରଶାସନ ତାହାକୁ ବନ୍ଦ କରିଥିଲା।

Leave A Reply

Your email address will not be published.

error: Content is protected !!