ଗେଣ୍ତା ଓ ବାର‌୍‌ହା ଚାଷୀଙ୍କ ମୁଣ୍ତବ୍ୟଥା

You are currently viewing ଗେଣ୍ତା ଓ ବାର‌୍‌ହା ଚାଷୀଙ୍କ ମୁଣ୍ତବ୍ୟଥା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଏବେ ଗେଣ୍ତା ଓ ବାର‌୍‌ହା ଚାଷୀଙ୍କ ପାଇଁ ମୁଣ୍ତବ୍ୟଥାର କାରଣ ସାଜିଛନ୍ତି। ଜିଲ୍ଲାର ବନ୍ତଳା, ଆଠମଲ୍ଲିକ, ଠାକୁରଗଡ଼, କଣିହାଁ ଆଦି ଅଞ୍ଚଳର ବିଭିନ୍ନ ଗାଁରେ ବାର‌୍‌ହା ଉପଦ୍ରବ ଦେଖିବାକୁ ମିଳୁଛି। ବାରହା ପଲ ଧାନ, ମକା, ବିଭିନ୍ନ ପରିବା କ୍ଷେତକୁ ଖୋଳି ନଷ୍ଟ କରିଦେଉଛନ୍ତି। ଫଳରେ ଚାଷୀମାନଙ୍କୁ ବହୁ କ୍ଷତି ସହିବାକୁ ପଡୁଛି l

ସାତକୋଶିଆ ଏବ˚ କଣିହାଁ ଅଞ୍ଚଳରେ ବାର‌୍‌ହା ସ˚ଖ୍ୟା ଦ୍ରୁତ ଗତିରେ ବଢ଼ୁଥିବାରୁ ସେମାନେ ଖାଦ୍ୟ ଆଶାରେ ଗାଁ ଭିତରକୁ ପଶିଆସୁଛନ୍ତି। ଫଳରେ ଶିକାରୀମାନଙ୍କ ଫାଶରେ ପଡ଼ି ଅନେକ ବାର‌୍‌ହା ମୃତ୍ୟୁ ମୁଖରେ ପଡୁଛନ୍ତି। ଜଙ୍ଗଲ ବିଭାଗର କ୍ଷତିପୂରଣ ଯୋଜନା ଆଖିଦୃଶିଆ  ନହୋଇଥିବାରୁ ଏ ଅଞ୍ଚଳରେ ଜନଅସନ୍ତୋଷ ତେଜୁଛି। ସେହିଭଳି ଜିଲ୍ଲାର ଏବେ ପ୍ରତି ବ୍ଲକ୍‌ରେ ଗେଣ୍ତା ସ˚ଖ୍ୟା ବୃଦ୍ଧି ଉଦ୍ୟାନ କୃଷି ପ୍ରତି ବିପଦ ସୃଷ୍ଟି କରିଛି। ଜିଲ୍ଲା କୃଷି ଓ ଜଙ୍ଗଲ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

Share

Leave a Reply