ଅନୁଗୁଳକୁ ଆସିବ ରଙ୍ଗୀନ କୁକୁଡ଼ା କଳିଙ୍ଗ ପଲ୍ଲୀଶ୍ରୀ

0

ଅନୁଗୁଳ: ଅନୁଗୁଳରେ ରଙ୍ଗୀନ କୁକୁଡ଼ା ଚାଷ ନୂଆ କଥା ନୁହେଁ। ବେଶ କିଛି ବର୍ଷ ହେଲାଣି ଅନୁଗୁଳ ଜିଲ୍ଳାରେ ରଙ୍ଗୀନ କୁକୁଡ଼ା ଚାଷ ଚାଲୁଚି। ସୋନାଲି, ଛାବ୍ରୋ, କ୍ରଏଲର, ବନରାଜ, ଗିରିରାଜ କୁକୁଡ଼ା ଅନୁଗୁଳ ଜିଲ୍ଲାରେ ପାଳନ କରାଯାଉଛି। ଅନେକ ଦୋକାନୀ ଏସବୁ କ୍ରସ ବ୍ରିଡ଼ ଭେରାଇଟିକୁ ଦେଶୀ କହି ବଜାରରେ ବିକୁ ଥିବାବେଳେ ଗ୍ରାହକମାନେ ଧୋକା ଖାଉଛନ୍ତି। ଦେଶୀ କୁକୁଡ଼ା ସହଜରେ ମିଳୁ ନଥିବା ବେଳେ ଗ୍ରାହକଙ୍କ ପାଇଁ ଓୟୁଏଟି ପକ୍ଷରୁ ଗତ ବୁଧବାର ଏକ ନୂଆ ଭେରାଇଟିର ରଙ୍ଗୀନ ବ୍ରଏଲର କୁକୁଡ଼ା ନେଇ ଘୋଷଣା କରାଯାଇଛି। ଏହି କୁକୁଡ଼ା ଗ୍ରାମାଞ୍ଚଳ ପରିବେଶରେ ମଧ୍ୟ ସହଜରେ ବଢି ପାରିବେ। ପାଞ୍ଚ ସପ୍ତାହରେ ୧.୫ କେଜି ହିସାବରେ ବଢୁଥିବା ଏହି କୁକୁଡ଼ାର ମାଂସ ଯେଭଳି ସୁଆଦିଆ ସେଭଳି ପ୍ରୋଟିନଯୁକ୍ତ।

ଅନୁଗୁଳ ସମେତ ଓଡ଼ିଶାର ଅନେକ କୁକୁଡ଼ା ଚାଷୀଙ୍କୁ ଭଲ ରୋଜଗାର ଦେବାରେ ଏହା ସହାୟକ ହୋଇପାରିବ ବୋଲି ପ୍ରକାଶ କରିଛନ୍ତି ଅନୁଗୁଳ ପ୍ରାଣୀଧନ ବିଭାଗର ଡେପୁଟି ଡ଼ାଇରେକ୍ଟର ଡା କେଶବ ଚନ୍ଦ୍ର ପ୍ରଧାନ। ଅନୁଗୁଳ ସରକାରୀ ହ୍ୟାଚେରୀରେ ରଙ୍ଗୀନ କୁକଡ଼ା ଚିଆଁ ବିକ୍ରି ହେଉଥିବାବେଳେ ଓୟୁଏଟି ପକ୍ଷରୁ ନୂଆ ବିକଶିତ ହୋଇଥିବା କଳିଙ୍ଗ ପଲ୍ଲୀଶ୍ରୀ ବ୍ରିଡ଼ର କୁକୁଡ଼ା ରାଜ୍ୟର ୩୧ ଗୋଟି କୃଷି ବିଜ୍ଞାନ କେନ୍ଦ୍ର ମାଧ୍ୟମରେ ଯୋଗାଇ ଦିଆ ଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.

error: Content is protected !!