ଅନୁଗୁଳ: ଚଳିତ ବର୍ଷର ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଅନୁଗୁଳ ଜିଲ୍ଲାର ପରୀକ୍ଷା ଫଳ ବେଶ ସନ୍ତୋଷଜନକ ରହିଛି। ଚଳିତ ବର୍ଷ ୧୫୯୭୯ ଜଣ ରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ମୋଟ ୧୫୬୯୯ ଜଣ ପାସ କରିଛନ୍ତି। ଏମାନଙ୍କ ମଧ୍ୟରୁ ୧୧୧ ଜଣ A1 ରେ ପାସ କରିଥିବାବେଳେ ୭୭୮ ଜଣ A2 ଗ୍ରେଡରେ ପାସ କରିଛନ୍ତି ପରୀକ୍ଷାରେ ୨୮୦ ଜଣ ଫେଲ ହୋଇଥିବାବେଳେ ଜିଲ୍ଲାର ପାସ ହାର ୯୬.୬୪ ପ୍ରତିଶତ ହୋଇଛି। ସେହିଭଳି ୭୫ ଜଣ ଏକ୍ସରେଗୁଲାର ପିଲା ପରୀକ୍ଷା ଦେଇଥିବା ବେଳେ ୧୪ ଜଣ ପିଲା ଫେଲ ହୋଇଛନ୍ତି। ଏହି ବିଭାଗରେ କେହି A1 କିମ୍ବା A2 ଗ୍ରେଡରେ ପାସ କରି ନାହାନ୍ତି। ଜିଲ୍ଲାର ପାସ ହାର ୭୯.୨୨ ପ୍ରତିଶତ ରହିଛି। ଜିଲ୍ଲାରେ ରହିଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀ ମାନେ ଉଚ୍ଚ କୋଟିର ଫଳାଫଳ କରିଥିବାବେଳେ ଅନୁଗୁଳ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଗୌରୀ ଶଙ୍କର ନନ୍ଦ ୫୮୯ ନମ୍ବର ରଖି ଜିଲ୍ଲାରେ ଶ୍ରେଷ୍ଠ ସ୍ଥାନ ହାସଲ କରିଥିବା ଜଣା ପଡିଛି।
ହାଇସ୍କୁଲ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ଅନୁଗୁଳ ଏସଏସଭିଏମର ଗୌରୀ ଶଙ୍କର ନନ୍ଦ ଜିଲ୍ଲା ଟପର
- Post published:May 18, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul