ଚତୁର୍ଥୀ ପୂର୍ବ ରାତିରେ ନବବଧୂ ଛୁ’

You are currently viewing ଚତୁର୍ଥୀ ପୂର୍ବ ରାତିରେ ନବବଧୂ ଛୁ’

ଅନୁଗୁଳ: ରାତି ପାହିଲେ ଚତୁର୍ଥୀ, ରିସେପ୍‌ସନ୍‌ ପାର୍ଟି। ଚତୁର୍ଥୀ ଦିନ ରିସେପ୍‌ସନ୍‌, ତେଣୁ ଭୋଜିଭାତ ପ୍ରସ୍ତୁତିରେ ପରିବାର ଏକଦମ୍‌ ବ୍ୟସ୍ତ। ଏହାର ସୁଯୋଗ ନେଇ ପାହାନ୍ତ ପ୍ରହରରେ ପ୍ରେମିକ ସହ ଚମ୍ପଟ ମାରିଲା ନବବଧୂ। ଶୁକ୍ରବାର ସକାଳୁ ଅନୁଗୁଳ ସହର ଉପକଣ୍ଠରେ ଏହି ଘଟଣା ଘଟିଛି। କନ୍ୟା ଅନ୍ୟ ଜଣକୁ ପ୍ରେମ କରୁଥିବା ବେଳେ ତା’ଇଚ୍ଛା ବିରୋଧରେ ଅନ୍ୟତ୍ର ବିବାହ ଯୋଗୁଁ ଏଭଳି ଘଟଣା ଘଟିଲା ବୋଲି ଚର୍ଚ୍ଚା ହେଉଛି।
ନବବଧୂ ଫେରାର‌୍‌ ହୋଇଯିବା ପରେ ବଡ଼ ଭଉଣୀ ସହ ଆସିଥିବା ସାନ ଭଉଣୀ ପାଇଁ ସୃଷ୍ଟି ହୋଇଥିଲା ଅଡୁଆ ପରିସ୍ଥିତି। ଉଭୟ ପରିବାରର ସମ୍ମତିରେ ଭିଣୋଇକୁ ବିବାହ କରିଛି ନାବାଳିକା ଶାଳୀ। ତେବେ ଏହି ନାବାଳିକା ବିବାହ ଖବର ପ୍ରଶାସନ କାନରେ ପଡ଼ିଛି। ପ୍ରଶାସନ ତୁରନ୍ତ ଯୁବକଙ୍କ ଘରେ ପହଞ୍ଚି ୧୮ ବର୍ଷ ନହେବା ପର୍ଯ୍ୟନ୍ତ ବିବାହ କରି ଝିଅକୁ ଶାଶୁ ଘରକୁ ନ ପଠାଇବାକୁ ଚୁକ୍ତି କରିଥିବା ଜଣାପଡ଼ିଛି।

Share

Leave a Reply