ଚାଷୀ ଆନ୍ଦୋଳନ ସମର୍ଥନରେ ଭାରତ ବନ୍ଦ

You are currently viewing ଚାଷୀ ଆନ୍ଦୋଳନ ସମର୍ଥନରେ ଭାରତ ବନ୍ଦ

ଅନୁଗୁଳ: କେନ୍ଦ୍ର କୃଷି ନୀତି ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି କୃଷକ। ଆନ୍ଦୋଳନକୁ ସମର୍ଥନ କରି ଚାଷୀ, ଶ୍ରମିକ ସଂଗଠନ ଓ ବିଭିନ୍ନ ରାଜନୈତିକ ଦଳ ମଙ୍ଗଳବାର ଭାରତ ବନ୍ଦରେ ସାମିଲ ହୋଇଥିଲେ। ଏହି ସର୍ଭତାରତୀୟ ବନ୍ଦ ଆନ୍ଦେଳନର ମିଶ୍ରିତ ପ୍ରଭାବ ଅନୁଗୁଳରେ ପଡିଥିବା ପରିଲକ୍ଷିତ ହୋଇଥିଲା। ଗାଡି ମଟର ଚଳାଚଳ ବନ୍ଦ ଥିବା ବେଳେ ଦୋକାନ ବଜାର ଅପରାହ୍ନ ପର୍ଯ୍ୟନ୍ତ ବନ୍ଦ ଥିଲା। ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା।


ଶତାଧିକ ଲୋକ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ, ପୋଷ୍ଟ ଅଫିସ୍‌, ଟେଲିକମ୍‌ ଅଫିସ୍‌, ବ୍ୟାଙ୍କ, ଦୋକାନବଜାର, ଜାତୀୟ ରାଜପଥକୁ ବନ୍ଦ କରିଥିଲେ। ଏହି ଶୋଭାଯାତ୍ରାରେ ଏସ୍‌ୟୁସିଆଇ (କମ୍ୟୁନିଷ୍ଟ)ର ଆଞ୍ଚଳିକ କମିଟିର ସଭ୍ୟ ବିଷ୍ଣୁ ଚରଣ ସାହୁ, ଜ୍ୟୋତ୍ସ୍ନା ସାମଲ, ଏଆଇକେକେଏମ୍‌ଏସ୍‌ ସ˚ଗଠନର ସ˚ଜୟ ସାହୁ, କୁମର ସାହୁ, ଆଇନଜୀବୀ ପ୍ରମୋଦ କୁମାର ପ୍ରଧାନ, ଏଆଇୟୁଟିୟୁସି ଜିଲ୍ଲା ସମ୍ପାଦକ ବ୍ରଜବନ୍ଧୁ ସାହୁ, ସିଆଇଟିୟୁ ଜିଲ୍ଲା ସାଧାରଣ ସମ୍ପାଦକ ଉପେନ୍ଦ୍ର ଶର୍ମା, ବସନ୍ତ ପଟ୍ଟନାୟକ, ର˚ଜନ ନନ୍ଦ, ମହେନ୍ଦ୍ର ସାହୁ ଏବ˚ ଏଆଇସିସିଟିୟୁର ଶ୍ରମିକ ନେତା ତପନ କୁମାର ମହାନ୍ତି, ଡାକ୍ତର ବେହେରା ପ୍ରମୁଖ ସାମିଲ ଥିଲେ।

Share

Leave a Reply