ଜିଲ୍ଲାପାଳଙ୍କ ଅଭିନବ ପଦକ୍ଷେପ

You are currently viewing ଜିଲ୍ଲାପାଳଙ୍କ ଅଭିନବ ପଦକ୍ଷେପ

ଅନୁଗୁଳ: ନୂତନ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଅନୁଗୁଳରେ ଯୋଗ ଦେବା ପରଠାରୁ ‌ ଗୋଟିଏ ପରେ ଗୋଟିଏ ନୂଆ, ଅଭିନବ ପଦକ୍ଷେପ ଗ୍ରହଣ କରି ଚର୍ଚ୍ଚାରେ ଅଛନ୍ତି। କୋଭିଡ୍‌-୧୯ ପାଇଁ ଜିଲ୍ଲାର ଅଭିଯୋଗ ଶୁଣାଣି ବନ୍ଦ ରହିଥିବା ବେଳେ ଏଣିକି ଜୁମ୍‌ ଆପ୍‌ ମାଧ୍ୟମରେ ଅନୁଗୁଳ ସହରବାସୀଙ୍କ ଅଭିଯୋଗ ଗ୍ରହଣ କରାଯିବ ଏବଂ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ସ୍ଥିର କରିଛି। ସଫେଇ, ପରିମଳ ବ୍ୟବସ୍ଥା, ପାନୀୟ ଜଳ, ରାସ୍ତାଘାଟ ମରାମତି, କୋଭିଡ୍‌ ପରିଚାଳନା, ଟ୍ରାଫିକ୍‌ ଓ ପାର୍କିଂ ବ୍ୟବସ୍ଥା ଉପରେ ସପ୍ତାହକୁ ଥରେ ଅଭିଯୋଗ ଗ୍ରହଣ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଛି।

Share

Leave a Reply