ଅନୁଗୁଳ: ଇନ୍ଦିରା କ୍ଲବ୍ ହୁଲୁରୁସି˚ହା ଏବ˚ ଜୀବନବିନ୍ଦୁ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ୱାର୍ଡ- ୬ ଠାରେ ଆାୟୋଜିତ ହୋଇଯାଇଛି। ଏହି ଶିବିରକୁ ରାଜ୍ୟ ବିଧାନସଭା ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସି˚ହ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ଜୀବନବିନ୍ଦୁ ସହସ˚ଯୋଜକ ପ୍ରିୟଦର୍ଶୀ ପଟ୍ଟନାୟକ, ଯୁବ ଜନତା ରାଜ୍ୟ ଉପସଭାପତି ସୁଜିତ ଦ୍ବିବେଦୀ, ଯୁବନେତା ଅରୁଣାଭ ସି˚ହ, ସରୋଜ ନାୟକ, ବିଶ୍ବର˚ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଇନ୍ଦିରା କ୍ଲବ୍ ସଭାପତି ସୁଶୀଲ ମୁଖୀଙ୍କ ତତ୍ତ୍ବାବଧାନରେ ଆାୟୋଜିତ ଏହି ଶିବିରରୁ ୮୯ ୟୁନିଟ୍ ରକ୍ତ ସ˚ଗୃହୀତ ହୋଇଥିଲା। ଅନୁଗୁଳ ରକ୍ତ ଭଣ୍ଡାର ପକ୍ଷରୁ ଶିବିରରେ ରକ୍ତ ସଂଗ୍ରହ କରାଯାଇଥିଲା।
ଜୀବନବିନ୍ଦୁ ରକ୍ତଦାନ ଶିବିର
- Post published:December 14, 2020
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau