ତାଳଚେରରେ ଦବିଲା ମାଟି

You are currently viewing ତାଳଚେରରେ ଦବିଲା ମାଟି

ତାଳଚେର: ତାଳଚେର ବାଘୁଆବୋଲ ଶିବ ମନ୍ଦିର ନିକଟରେ ଥିବା ଏକ କୂଅ ପାର୍ଶ୍ୱର ଚଟାଣ ପ୍ରାୟ ୪ ଫୁଟ ଦବି ଯାଇଛି। ତାଳଚେର ଅଞ୍ଚଳରେ ବାରମ୍ବାର ମାଟି ଦବିବା ଘଟଣା ନେଇ ଲୋକେ ଭୟଭୀତ ହୋଇ ପଡିଛନ୍ତି ।

ଅବ୍ୟବହୃତ ଭୂତଳ କୋଇଲା ଖଣିରୁ କୋଇଲା ଉତ୍ତୋଳନ ପରେ ଠିକରେ ବାଲି ଭରାଯାଇନଥିବାରୁ ବିଭିନ୍ନ ସମୟରେ ମାଟି ଦବିବା ,ଭୂତଳ କୋଇଲା ଖଣିରୁ ପାଣି ବାହାରିବା ଭଳି ଘଟଣା ସାମ୍ନାକୁ ଆସିଛି ।ଏହାକୁ ନେଇ ତାଳଚେରବାସୀ ବିଭିନ ସମୟରେ ଜିଲ୍ଲା ପ୍ରଶାସନ, ଏମସିଏଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ ଏଯାଏଁ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ହୋଇନାହିଁ।

Share

Leave a Reply