ଅନୁଗୁଳ: ଶାରଦୀୟ ପାର୍ବଣ ଅବସରରେ ଅନୁଗୁଳ ସହରରେ ଫୁଲ କାରବାର ସମ୍ପୂର୍ଣ ମାଡ଼ ଖାଇଯାଇଛି। ପ୍ରତିବର୍ଷ ପାର୍ବଣ ଅବସରରେ ଅନୁଗୁଳ ସହରରେ ପ୍ରାୟ ୭ ଟନ୍ ଫୁଲ ବିକ୍ରିବଟା ହୋଇଥାଏ। ହେଲେ ଚଳିତ ବର୍ଷ କୋଭିଡ୍ କଟକଣା ଯୋଗୁଁ ଆଡ଼ମ୍ବରପୂର୍ଣ୍ଣ ପୂଜା ଉପରେ ରୋକ ଲାଗିଛି। ଦର୍ଶକଙ୍କ ସମାଗମକୁ ବାରଣ କରାଯାଇଛି। କେବଳ ବିଧି ରକ୍ଷା ପାଇଁ ପୂଜା ହେବ, ସର୍ବସାଧାରଣ ଦର୍ଶନ ମନା। ତେଣୁ ଫୁଲ କାରବାର ୬୦ ରୁ ୭୦ ପ୍ରତିଶତ ହ୍ରାସ ପାଇବ ବୋଲି ବେପାରୀମାନେ ଆଶଙ୍କା କରିଛନ୍ତି।ପ୍ରକାଯୋଗ୍ୟ ଯେ ପାର୍ବଣରେ ଦେବୀ ପୂଜା ସହ ଗାଡି ପୂଜାରେ ରଙ୍ଗବେରଙ୍ଗର ଜାତିଜାତିକା ଫୁଲ ବ୍ୟବହାର ହୋଇଥାଏ।
ପୂଜା ବଜାରରେ ଫୁଲ କାରବାର ମାନ୍ଦା
- Post published:October 20, 2020
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul