ବଳାତ୍କାର ଓ ବ୍ଲାକମେଲିଂ ଅଭିଯୋଗ; ବନ୍ଧା ହେଲେ ଅଭିଯୁକ୍ତ

You are currently viewing ବଳାତ୍କାର  ଓ ବ୍ଲାକମେଲିଂ ଅଭିଯୋଗ; ବନ୍ଧା ହେଲେ ଅଭିଯୁକ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଜଣେ ମହିଳାଙ୍କୁ ଦୁଷ୍କର୍ମ, ବ୍ଲାକମେଲିଂ କରିବା ଅଭିଯୋଗରେ ଅନୁଗୁଳ ଥାନା ପୁଲିସ୍ ଜଣେ ଟେଲର ମାଷ୍ଟରକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଅନୁଗୁଳ ଥାନା ଇଲାକା ଶାବଳଭଙ୍ଗା ମାଣପୁର ସାହିର ଟୁକୁନା ସାହୁ। ସୂଚନାନୁସାରେ, ଅଭିଯୁକ୍ତ ଟୁକୁନା ୩୨ ବର୍ଷୀୟା ଜଣେ ବିବାହିତା ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ଟୁକୁନା ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଦେଖାଇ ବ୍ଲାକମେଲିଂ କରୁଥିବା ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ।
ତେବେ ଅଭିଯୋଗ ଆଧାରରେ ଅନୁଗୁଳ ପୁଲିସ ଟୁକୁନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Share

Leave a Reply