ଅନୁଗୁଳ: ଅନୁଗୁଳ ବ୍ଲକ୍ ବନ୍ଦାଣପଶିଠାରେ ଜୀବଜନ୍ତୁ କଲ୍ୟାଣ ପ୍ରତିଷ୍ଠାନ ଅନୁଗୁଳ, ଓଡ଼ିଶା କୃଷକ ସମନ୍ନୟ ସମିତ ତରଫରୁ ବିଶ୍ଵ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି l ସଂଗଠନର ଅଧ୍ୟକ୍ଷ ରବୀନ୍ଦ୍ରନାଥ ପ୍ରଧାନ ଏଥିରେ ସଭାପତିତ୍ବ କରି ଏହି ଦିବସ ପାଳନ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। କୋଭିଡ କଟକଣା ମାନି ଏହି କାର୍ଯ୍ୟକ୍ରମ ପାଳନ କରାଯାଇଥିଲା।
ବିଶ୍ଵ ମତ୍ସ୍ୟ ଦିବସ ପାଳିତ
- Post published:November 23, 2020
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
