ବ୍ରାହ୍ମଣୀ ପୋଲ ଉପରେ ଦୁର୍ଘଟଣା

You are currently viewing ବ୍ରାହ୍ମଣୀ ପୋଲ ଉପରେ ଦୁର୍ଘଟଣା

ତାଳଚେର : ତାଳଚେର ସରାଙ୍ଗ ବ୍ରାହ୍ମଣୀ ବ୍ରିଜ ଉପରେ ମଙ୍ଗଳବାର ପୂର୍ବାହ୍ନରେ ଭୟଙ୍କର ଦୁର୍ଘଟଣା ଘଟିଛି। ସ୍କର୍ପିଓ ଧକ୍କାରେ ଦୁଇ ବାଇକ୍ ଛିନ ଛତର, ଜଣେ ମୋଟରସାଇକେଲ ଆରୋହୀ ନଦୀ ଭିତରକୁ ଛିଟିକି ପଡ଼ିଥିଲେ।ଅନ୍ୟ ଜଣକ ପୋଲ ଉପରେ କଚାଡି ହୋଇ ପଡ଼ିଥିଲେ।
ଉଭୟଙ୍କୁ ଗୁରୁତର ଅବସ୍ଥାରେ ତାଳଚେର ଓ ପରଜଙ୍ଗ ଦମକଳ ବାହିନୀ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରିଥିଲେ । ଆହତ ଦୁଇ ବାଇକ୍ ଆରୋହୀ ସରାଙ୍ଗ ଗ୍ରାମର ଦିପୁନ ନାଏକ (୨୨) ଓ ସୂର୍ଯ୍ୟକାନ୍ତ ନାଏକ (୨୩) ବୋଲି ଜଣାପଡ଼ିଛି । ପୁଲିସ୍ ଦୁର୍ଘଟଣାଗ୍ରସ୍ତ ଗାଡିଗୁଡିକ ଜବତ କରି ତଦନ୍ତ ଚଳାଇଛି।

Share

Leave a Reply