ବ୍ୟବସାୟୀଙ୍କୁ ଛାଡ଼ି ୫ ଲକ୍ଷ ଟଙ୍କାର ଧାନ ବୋଝେଇ ଟ୍ରକ ନେଇ ପଳାଇଲା ଚାଳକ, ଥାନାରେ ମାମଲା

You are currently viewing ବ୍ୟବସାୟୀଙ୍କୁ ଛାଡ଼ି ୫ ଲକ୍ଷ ଟଙ୍କାର ଧାନ ବୋଝେଇ ଟ୍ରକ ନେଇ ପଳାଇଲା ଚାଳକ, ଥାନାରେ ମାମଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ନାକିଚି ଅଞ୍ଚଳ ଏକ ଢାବାରେ ଧାନ ବ୍ୟବସାୟୀଙ୍କୁ ଛାଡି ଧାନ ବୋଝେଇ ଟ୍ରକ ନେଇ ଚାଳକ ପଳାଇଛି। ଏନେଇ ରବିବାର ଦିନ କଟକ ଜିଲ୍ଲା ତିଗିରିଆ ଅଞ୍ଚଳର ଧାନ ବ୍ୟବସାୟୀ ପବିତ୍ର ମୋହନ ସାହୁ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୋଲିସ ନମ୍ବର ୨୪୪/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ମୁତାବକ, ପବିତ୍ରଙ୍କ ଠାରୁ ବରଗଡ଼ ଅଞ୍ଚଳର ଜଣେ ବ୍ୟବସାୟୀ ୧୮୫ କୁଇଣ୍ଟାଲ ଧାନ କିଣିବା ପାଇଁ ଏକ ଟ୍ରକ ପଠାଇ ଥିଲେ। ପବିତ୍ର ୧୮୫ କୁଇଣ୍ଟାଲ ଧାନ କିଣି ଉକ୍ତ ଟ୍ରକରେ ବରଗଡ଼ ଅଭିମୁଖେ ଆସିଥିଲେ। ନାକିଚି ଅଞ୍ଚଳରେ ଥିବା ଏକ ଢାବାରେ ଚାଲାକ ଖାଇବାକୁ କହି ଅଟକିଥିଲେ। ପରେ ପବିତ୍ରଙ୍କୁ ଚକମା ଦେଖାଇ ସେ ଧାନ ବୋଝେଇ ଟ୍ରକ ନେଇ ପଳାଇଛନ୍ତି। ଟ୍ରକରେ ୫ ଲକ୍ଷ ଟଙ୍କାର ଧାନ ଥିବା ବେଳେ ଯୋଜନାବଦ୍ଧ ଭାବେ ଧାନ ହଡ଼ପ କରାଯାଇଥିବା ନେଇ ପବିତ୍ର ଅଭିଯୋଗ କରିଛନ୍ତି।

Share

Leave a Reply