ଅନୁଗୁଳ: ଗତ କିଛି ଦିନ ଧରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଏକମାତ୍ର ଶବ ବାହକ ଗାଡ଼ି ମହାପ୍ରୟାଣ ଅଚଳ ହୋଇପଡ଼ିଛି। ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା କଥା। ମାତ୍ର ତାହା ହେଉନାହିଁ। ଏହାଫଳରେ ଡାକ୍ତରଖାନାରେ ମୃତ ବ୍ୟକ୍ତିମାନଙ୍କୁ ଘରକୁ ନେବାରେ ରୋଗୀଙ୍କ ସଂପର୍କୀୟମାନେ ବହୁ ଶୋଷଣର ଶିକାର ହେଉଛନ୍ତି। ଘରୋଇ ଆମ୍ବୁଲାନ୍ସର ମାଲିକମାନେ ମୋଟା ଅଙ୍କର ଟଙ୍କା ପାଇଲେ ହିଁ ଶବ ସ୍ଥାନାନ୍ତର କରୁଛନ୍ତି। ଏଥିପାଇଁ ସ୍ବାସ୍ଥ୍ୟ ପ୍ରଶାସନର ନିଘା ନାହିଁ। ଡିଏମ୍ଏଫ୍ ଫଣ୍ଡରୁ ତୁରନ୍ତ ଆଉ ଗୋଟିଏ ମହାପ୍ରୟାଣ ଗାଡ଼ି ସହ ଶବ ସ୍ଥାନାନ୍ତରର ସମସ୍ତ ଖର୍ଚ୍ଚ ସ୍ବାସ୍ଥ୍ୟ ପ୍ରଶାସନ ବହନ କରୁ ବୋଲି ସାଧାରଣରେ ଦାବି ହେଉଛି।
ମହାପ୍ରୟାଣ ଅଚଳ, ଘରୋଇ ଆମ୍ବୁଲାନ୍ସ ମାଲିକ ମାଲାମାଲ୍
- Post published:October 21, 2020
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
