ଅନୁଗୁଳ: ରବିବାର ସଂଧ୍ୟାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି ଅନୁଗୁଳ ବସଷ୍ଟାଣ୍ଡ ଇଲାକାରେ। ଏଥିରେ କେହି ଗୁରୁତର ଆହତ ହୋଇନଥିଲେ ବି ୪ଟି ବାଇକ୍ ଚୂରମାର୍ ହୋଇଯାଇଛି। ସାଢେ଼ ସାତଟା ବେଳେ ଅମଲାପଡା ଜୟଦୁର୍ଗା ମାର୍କେଟ ଭିତରକୁ ଲୁହାପଥର ବୋଝେଇ ଟ୍ରକ୍ ନିୟନ୍ତ୍ରଣ ହରାଇ ପଶି ଯିବା ଫଳରେ ୪ ଟି ବାଇକ୍ ଭାଙ୍ଗିରୁଜି ଯାଇଛି। ବିଦ୍ୟୁତ୍ ଖୁଣ୍ଟରେ ଧକ୍କା ହେବାରୁ ବହୁ ଦୋକାନ ଘରର ସର୍ଭିସ ଲାଇନ ଛିଣ୍ଡି ଯାଇଛି।ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି l ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରିଥିବା ବେଳେ ଲୋକଙ୍କ ହାତରେ ଧରା ପଡି ଛେଚା ଖାଇଛି। ପୁଲିସ୍ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା l
ମାର୍କେଟ ଭିତରକୁ ପଶିଗଲା ମାଲ୍ ବୋଝେଇ ଟ୍ରକ୍
- Post published:November 1, 2020
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul