ଅନୁଗୁଳ: ସୋମବାର ବଅଁରପାଳ ବ୍ଲକ୍ ଶିକ୍ଷକ ସ˚ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ପାଣ୍ଠିକୁ ସହାୟତା ପ୍ରଦାନ କରାଯାଇଛି। ବ୍ଲକ୍ର ୬୪୦ ଜଣ ବିଭିନ୍ନ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରତ୍ୟେକ ଗୋଟିଏ ଦିନର ବେତନ ଦାନ କରିଛନ୍ତି। ମୋଟ ୬ ଲକ୍ଷ ୯୮ ହଜାର ୮୫୮ ଟଙ୍କାର ଏକ ଚେକ୍ ଉପବାଚସ୍ପତି ରଜନୀକାନ୍ତ ସି˚ହଙ୍କ ଉପସ୍ଥିତିରେ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ଅର୍ପଣ କରାଯାଇଛି।ଜିଲ୍ଲାପାଳଙ୍କ ଅଫିସ୍ରେ ବଅଁରପାଳ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ପ୍ରତିଭା ବାରିକ, ସହଶିକ୍ଷା ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର, ସୁଷମା ପଟ୍ଟନାୟକଙ୍କ ସମେତ ବ୍ଲକ୍ ଶିକ୍ଷକ ସ˚ଘ ଉପଦେଷ୍ଟା ପ୍ରଦୀପ୍ତ କୁମାର ପାଢ଼ୀ, ମହେଶ୍ବର ସାହୁ, ସ˚ଘ ସଭାପତି ଶରତ ଚନ୍ଦ୍ର ସାହୁ, କାର୍ଯ୍ୟକାରୀ ସଦସ୍ୟ ପ୍ରସନ୍ନ ସାମଲ, ରାଜକିଶୋର ସାହୁ ପ୍ରମୁଖ ଏହି ଚେକ୍ ହସ୍ତାନ୍ତର କରୁଥିଲେ। ମାଧୢମରେ ଉକ୍ତ ସହାୟତା ରାଶି ପ୍ରଦାନ କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ କୋଭିଡ୍-୧୯ ପାଇଁ ବଅଁରପାଳ ଶିକ୍ଷକ ସ˚ଘର ସହାୟତା
- Post published:December 8, 2020
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
