ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ମୂଷାପାପୁଲି ଛକରେ ଗତ ୪ ତାରିଖ ସନ୍ଧ୍ୟାରେ ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ସୁଜନ ସେନାପତିଙ୍କୁ ପୁଲିସ୍ ଗିରଫ କରିଛି। ହତ୍ୟାକାଣ୍ଡରେ ବ୍ୟବହୃତ ଦେଶୀ ବନ୍ଧୁକ ଓ ଭୁଜାଲି ଜବତ ହୋଇଛି। ହତ୍ୟାକାଣ୍ଡ ଘଟାଇ ସୁଜନ ଦେଶୀ ବନ୍ଧୁକ ଡେରେଜାଙ୍ଗ ପାଣିରେ ଫୋପାଡି ଦେଇଥିଲା। ଅନ୍ୟତମ ଅଭିଯୁକ୍ତ ସୁଜନର ଭାଇ ସନ୍ତୋଷ ସେନାପତି ଖୁବ୍ ଶୀଘ୍ର ଧରାପଡ଼ିବ ବୋଲି ପୁଲିସ୍ ସୂଚନା ଦେଇଛି। ଶୁକ୍ରବାର ସୁଜନକୁ କୋର୍ଟ ଚାଲାଣ କରାଯାଇଛି। ସୂଚନାଯୋଗ୍ୟ, ମୂଷାପାପୁଲି ଛକରେ ରନ୍ତଲେଇ ଗ୍ରାମର ଦୁଇ ଭାଇ ଦୁଷ୍ମନ୍ତ ସେନାପତି ଓ ଦୁଃଶାସନ ସେନାପତି ଛିଡା ହୋଇଥିବା ବେଳେ ସୁଜନ ଓ ସନ୍ତୋଷ ଗୁଳିମାଡ କରିବା ସହ ଭୁଜାଲିରେ ଆକ୍ରମଣ କରିଥିଲେ। ଦୁଷ୍ମନ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଦୁଃଶାସନଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ବେଳେ ପ୍ରାଣବାୟୁ ଉଡିଯାଇଥିଲା। ମୃତକଙ୍କ ଦାଦା ପୁଅ ହେଉଛନ୍ତି ଦୁଇ ଅଭିଯୁକ୍ତ। ପାରିବାରିକ ଜମିଜମା ବିବାଦରୁ ଦୁଇ ଭାଇଙ୍କ ମୁଣ୍ଡ ଗଡିଥିବା ପୁଲିସ୍ ତଦନ୍ତରୁ ଜଣାପଡ଼ିଛି।
ମୂଷାପାପୁଲି ଡବଲ ମର୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ
- Post published:November 7, 2020
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
