ମୋବାଇଲ ଲୁଟିଲେ, ଧରାପଡି ଛେଚା ଖାଇଲେ ଦୁଇ ଯୁବକ

You are currently viewing ମୋବାଇଲ ଲୁଟିଲେ, ଧରାପଡି ଛେଚା ଖାଇଲେ ଦୁଇ ଯୁବକ

ଅନୁଗୁଳ: ସୋମବାର ସନ୍ଧ୍ୟାରେ ଅନୁଗୁଳ କମଲେଶ ହୋଟେଲ୍ ନିକଟରୁ ମୋବାଇଲ୍ ଛଡ଼ାଇ ଧରା ପଡିଛନ୍ତି ଦୁଇ ଦୁର୍ବୃତ୍ତ। ଆଙ୍କୁଲା ଗ୍ରାମର ଜଣେ ଯୁବକ ମୋବାଇଲରେ କଥା ହେଇ ସାଇକେଲରେ ସର୍କିଟ ହାଉସ ଆଡକୁ ଯାଉଥିବାବେଳେ ଦୁଇ ଜଣ ଯୁବକ ପଛପଟୁ ବାଇକରେ ଦ୍ରୁତ ଗତିରେ ଆସି ମୋବାଇଲ ଟିକୁ ଛଡ଼ାଇ ନେଇ ଥିଲେ।ଯୁବକ ଜଣକର ପାଟି ଶୁଣି ସ୍ଥାନୀୟ କିଛି ଯୁବକ ଗୋଡ଼େଇ ଦୁଇ ଯୁବକଙ୍କୁ ମିଶ୍ରପଡ଼ା ଛକରେ କାବୁ କରିଥିଲେ। ଦୁଇ ଯୁବକଙ୍କୁ ଧରି ସ୍ଥାନୀୟ ଲୋକ ନିସ୍ତୁକ ପିଟିବା ପରେ ପୁଲିସ୍ ପହଞ୍ଚିଥିଲା। ଉଭୟଙ୍କୁ ପୁଲିସ୍ ହେପାଜତକୁ ନେଇ ତଦନ୍ତ ଚଳାଇଛି।

Share

Leave a Reply