ରେଳପଥ କାମ ନେଇ ସମୀକ୍ଷା: ଅନୁଗୁଳ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର

You are currently viewing ରେଳପଥ କାମ ନେଇ ସମୀକ୍ଷା: ଅନୁଗୁଳ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର

ଅନୁଗୁଳ: ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ୭ଟି ରେଳ ପ୍ରକଳ୍ପର ସମୀକ୍ଷା କରିବା ସହ ଏଥିନେଇ ଲାଗି ରହିଥିବା ସମସ୍ୟାଗୁଡ଼ିକର କିଭଳି ସମାଧାନ ହେବ ସେଥିନେଇ ଆଲୋଚନା କରିଛନ୍ତି। ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇ ଏହି ପ୍ରକଳ୍ପଗୁଡ଼ିକର କାମ କିଭଳି ଶୀଘ୍ର ସମ୍ପୂର୍ଣ୍ଣ ହେବ ତାହା ଦେଖିବାକୁ ଚିଠି ଲେଖିଛନ୍ତି।
ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ବିଭିନ୍ନ ପ୍ରକଳ୍ପ ସହ ୧୭୪ କିଲୋମିଟର ଦୂରତା ବିଶିଷ୍ଟ ସମ୍ବଲପୁର-ତାଳଚେର ରେଳ ଲାଇନ୍‌ ଦୋହରୀକରଣ (୬୭୯ କୋଟି ଟଙ୍କା), ୯୮ କିଲୋମିଟର ଦୂରତା ବିଶିଷ୍ଟ ଅନୁଗୁଳ-ସୁକିନ୍ଦା ରେଳ ଲାଇନ୍‌ (୬୩୯ କୋଟି ଟଙ୍କା) ଏବ˚ ୧୫୫ କିଲୋମିଟର ଦୂରତା ବିଶିଷ୍ଟ ତାଳଚେର-ବିମଳାଗଡ଼ ରେଳପଥ (୮୧୧ କୋଟି ଟଙ୍କା) ଉପରେ ସମୀକ୍ଷା କରିଥଲେ।ରେଳପଥ ନିର୍ମାଣରେ ବିସ୍ଥାପିତଙ୍କ କ୍ଷତିପୂରଣ ଟଙ୍କା କିଭଳି ଯଥା ସମୟରେ ଦିଆଯିବ ସେଥିନେଇ ମଧ୍ଯ ବୈଠକରେ ଆଲୋଚନା ହୋଇଥିଲା।

Share

Leave a Reply