ଅନୁଗୁଳ: ଓଡ଼ିଶାର ଆଦିମ ଅଧିବାସୀମାନଙ୍କ ମଧ୍ୟରେ ପାଳଲହଡ଼ାର ପାଉଡ଼ି ଭୁୟାଁ ଅନ୍ୟତମ। ସେମାନଙ୍କ ଚାଲିଚଳଣି, ଖାଦ୍ୟପେୟ ଓ ବେଶଭୂଷା ଆଦି ଅନ୍ୟ ସ˚ପ୍ରଦାୟଠାରୁ ବେଶ୍ ସ୍ବତନ୍ତ୍ର। ଏହି ପାଉଡ଼ି ଭୁୟାଁ ସୁନ୍ଦରଗଡ଼, କେନ୍ଦୁଝର, ସମ୍ବଲପୁର, ମୟୂରଭଞ୍ଜ ଏବ˚ ଅନୁଗୁଳ ଜିଲ୍ଲାର ମାଳ ଅଞ୍ଚଳରେ ଦେଖିବାକୁ ମିଳନ୍ତି। ସେମାନେ ଜିଲ୍ଲାର ସାଧାରଣ ଭାଷାକୁ ଭିନ୍ନ ଢଙ୍ଗରେ ବ୍ୟବହାର କରନ୍ତି। ସେମାନେ ମୁଖ୍ୟତଃ ଝାଡ଼ୁ, ମଶିଣା, ବାଉଁଶ ଝୁଡ଼ି ଆଦି ତିଆରି କରି ବିକନ୍ତି। ଅନ୍ୟ କେତେକ ଲିଚୁ ଚାଷ, ଟସର ଚାଷ ଏବ˚ ଅନ୍ୟ ଉଦ୍ୟାନ କୃଷିରେ କାମ କରି ଜୀବିକା ନିର୍ବାହ କରନ୍ତି। ପାହାଡ଼ିଆ ଅଞ୍ଚଳରେ ସେମାନେ ଧାନଚାଷ ମଧ୍ଯ କରନ୍ତି। ପାଉଡ଼ି ସ˚ସ୍କୃତିରେ ଧର୍ମ ଦେବତା ଏବ˚ ବାସୁକିମାତା ପ୍ରମୁଖ ମାନ୍ୟତା ପାଆନ୍ତି। ଅନ୍ୟ ଦେବତା ମଧ୍ୟରେ ରହିଛନ୍ତି ବୋରାମ, ବିରଦା, ଗଲ୍ସିରି ଏବ˚ ଠାକୁରାଣୀ। ଦେହୁରୀ ହେଉଛନ୍ତି ମୁଖ୍ୟ ପୂଜକ ଯିଏକି ସବୁ ପ୍ରକାର ପର୍ବପର୍ବାଣୀରେ ପୂଜାପାଠ କରିଥାନ୍ତି। ଆମ୍ ନୂଆ, କାଠ ଯାତ୍ରା, ଅଖନି ପାରିଧି, ଆଶାଦି ଆଦି ପର୍ବ ସେମାନେ ପାଳିଥାନ୍ତି। ୫ଟିରୁ ୨୦ଟି ପରିବାରକୁ ନେଇ ସେମାନଙ୍କର ଗୋଟିଏ ଗୋଟିଏ ବସ୍ତି ଗଢ଼ି ଉଠିଥାଏ। ଗାଁ ମଝିରେ ଦରବାର ଘର ନାମରେ କମ୍ୟୁନିଟି ସେଣ୍ଟର ଥାଏ।
ଯେଉଁଠାରେ ବିଶେଷ କରି ଯୁବକମାନେ ବସି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରନ୍ତି। ବିଶ୍ବାବସୁ ଶବରଙ୍କୁ ସେମାନେ ସେମାନଙ୍କ ପୂର୍ବ ପୁରୁଷର ମାନ୍ୟତା ଦେଇଥାନ୍ତି। ଦିନ ଥିଲା ପାଳଲହଡ଼ାର ଦୁର୍ଗମ ଅଞ୍ଚଳକୁ ଯିବାକୁ ଲୋକେ ଭୟ କରୁଥିଲେ। ୪୦ରୁ ୫୦ ବର୍ଷ ତଳେ ଏହି ଅଞ୍ଚଳକୁ କେହି ଗଲେ କିଛି ଦୁବୃର୍ତ୍ତ ସେମାନଙ୍କୁ ଧରି ବଳି ଦେଉଥିବା ଗୁଜବ ରହିଥିଲା। ତେଣୁ ଆଦିବାସୀ ଅଧ୍ୟୁଷିତ ଏ ଅଞ୍ଚଳରେ ବିକାଶ ପହଞ୍ଚି ପାରିନଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପାଉଡ଼ି ଭୂୟାଁ ଉନ୍ନୟନ ପରିଷଦ ଗଠନ ହେଲା, ସେମାନଙ୍କୁ ସାକ୍ଷର, ଶିକ୍ଷିତ କରାଇ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରାଇ ସେମାନଙ୍କୁ କିଭଳି ରୋଜଗାରକ୍ଷମ ହେବେ ସେଥିନେଇ ସରକାର ବହୁ ଅର୍ଥ ବ୍ୟୟ କରିଛନ୍ତି। ଏବେ ସେମାନଙ୍କ ମୁହଁରେ ହସ ଫେରିଛି। ଉନ୍ନତିର ସୋପାନ ଚଢ଼ିବାକୁ ପ୍ର୍ରୟାସ କରୁଛନ୍ତି ପାଳଲହଡ଼ାର ପାଉଡ଼ି ଭୁୟାଁ।