ସାଇବର ଠକଙ୍କୁ ସାବଧାନ?

You are currently viewing ସାଇବର ଠକଙ୍କୁ ସାବଧାନ?

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ମାତିଛନ୍ତି ସାଇବର ଲୁଟେରା। ସତର୍କତାର ସହ ବରିଷ୍ଠ ନାଗରିକ, ବ୍ୟବସାୟୀ ଓ ନିରୀହ ସାଧାରଣ ଲୋକଙ୍କୁ ନିଜ ଜାଲରେ ଫସାଇ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ସୋମବାର ଅନୁଗୁଳ ସହରର ଜଣେ ମହିଳା ଲୁଟ୍‌ର ଶିକାରା ହୋଇଛନ୍ତି। ତାଙ୍କ ଆକାଉଣ୍ଟରୁ ତିନିଟି ପର୍ଯ୍ୟାୟରେ ପ୍ରାୟ ୯୯ ହଜାର ଟଙ୍କା ଉଠାଇ ନେଇଛନ୍ତି। ଥାନାରେ ଏତାଲା କ୍ରମେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସୂଚନାମୁତାବକ, ଲୁଟ୍‌ର ଶିକାର ହୋଇଥିବା ମହିଳା ଜଣକ ହେଲେ ଶିମିଳିପଡ଼ା ଅ˚ଚଳର। ଅନୁଗୁଳ ଏସ୍‌ବିଆଇ ମୁଖ୍ୟ ଶାଖାରେ ତାଙ୍କର ଆକାଉଣ୍ଟ ରହିଛି। ସେ ଗତ ୭ ତାରିଖରେ ଗୁଗୁଲ୍‌ ପେରେ ତାଙ୍କର ସମ୍ପର୍କୀୟଙ୍କ ପାଖକୁ ୫୦୦ ଟଙ୍କା ପଠାଇଥିଲେ। ମାତ୍ର ସମ୍ପର୍କୀୟଙ୍କ ପାଖରେ ଟଙ୍କା ପହଞ୍ଚି ନଥିବା ବେଳେ ମହିଳାଙ୍କ ଆକାଉଣ୍ଟରୁ ଏହି ୫୦୦ ଟଙ୍କା କଟି ଯାଇଥିଲା।ତେଣୁ ମହିଳା ଜଣଙ୍କ ଗୁଗୁଲ୍‌ ପେ ହେଲ୍ପଲାଇନ୍‌ର ସହାୟତା ନେଇଥିଲେ। ତେବେ ଏହି ସମୟରେ ସେ ଜଣେ ଠକ ହାବୁଡ଼ରେ ପଡ଼ିଥିଲେ। ଟଙ୍କା ଫେରି ପାଇବାର ବ୍ୟଗ୍ରତା ମଧ୍ୟରେ ଠକ ଯାହା ନିର୍ଦ୍ଦେଶ ଦେଇଥିଲା, ମହିଳା ସେହି ଅନୁସାରେ ତଥ୍ୟ ଦେଇଥିଲେ। ମହିଳାଙ୍କଠାରୁ ଓଟିପି ପାଇବା ପରେ ଠକ ପ୍ରଥମେ ତାଙ୍କ ଆକାଉଣ୍ଟରୁ ୯୦୭୮୨ ଟଙ୍କା, ଦ୍ବିତୀୟ ୭୭୭୭ ଟଙ୍କା ଓ ତୃତୀୟ ଥର ହଜାରେ ଟଙ୍କା ଲୁଟି ନେଇଥିଲା। ଆକାଉଣ୍ଟରୁ ଟଙ୍କା କଟିବା ଜାଣି ମହିଳା ବ୍ୟାଙ୍କ ମ୍ୟାନେଜରଙ୍କୁ ଭେଟିଥିଲେ। ସେଠାରେ ସେ ଲୁଟ୍‌ର ଶିକାର ହୋଇଥିବା ଜାଣିବାକୁ ପାଇ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Share

Leave a Reply