ଅନୁଗୁଳ: ଆସନ୍ତା ଜାନୁଆରୀ ମାସରେ ରାଜ୍ୟରେ ଖୋଲିପାରେ ସ୍କୁଲ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସେ କହିଛନ୍ତି, ବର୍ତ୍ତମାନ ପରିସ୍ଥିତି ଯାହା ଡିସେମ୍ବରରେ ସ୍କୁଲ ଖୋଲିବା ସମ୍ଭବ ନୁହେଁ । ପ୍ରଥମେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ପ୍ରାଥମିକତା ଦିଆଯିବ । ଛୁଟି ଦିନରେ ବି କ୍ଲାସ ହେବ । କେବଳ ପର୍ବପର୍ବାଣୀରେ ସ୍କୁଲ ବନ୍ଦ ରହିବ । କ୍ଲାସରେ ପାଠପଢ଼ା ପରେ ପରୀକ୍ଷା ନେଇ ଚିନ୍ତା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଥରକୁ ଥର ସରକାର ମତ ବଦଳାଉଥିବାରୁ ନିର୍ଦ୍ଦିଷ୍ଟ ଭାବରେ କେବେ ସ୍କୁଲ ଖୋଲିବ ଓ ପରୀକ୍ଷା ହେବ ସେନେଇ ଚିନ୍ତାରେ ଅଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ ।
ଜାନୁଆରୀରୁ ଖୋଲିବ ସ୍କୁଲ୍!
- Post published:December 10, 2020
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul
You Might Also Like
“ସକାଳ” ୪ର୍ଥ ସ୍ଵନକ୍ଷତ୍ର ଉପଲକ୍ଷେ ଜିଲ୍ଲାସ୍ତରୀୟ ବିତର୍କ ପ୍ରତିଯୋଗିତା, କନିଷ୍ଠ ବର୍ଗରେ ପ୍ରିନ୍ସ ଏବଂ ବରିଷ୍ଠ ବର୍ଗରେ ରଞ୍ଜିତ ପ୍ରଥମ
ଭିଜିଲାନ୍ସ ଜାଲରେ ଇଡକୋ ଚିଫ୍ ଜେନେରାଲ ମ୍ୟାନେଜର ସରୋଜକାନ୍ତ ମହାନ୍ତି, ପୂର୍ବରୁ ଅନୁଗୁଳରେ ଥିଲେ ଉପଜିଲ୍ଲାପାଳ






