ଅନୁଗୁଳ: ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ୨୦୨୧ ବର୍ଷ ପାଇଁ ସ୍ବତନ୍ତ୍ର ଭୋଟର ତାଲିକା ପ୍ରକାଶନ ନିମନ୍ତେ ବିଜ୍ଞପ୍ତି ଜାରି କରିବା ସହ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ଶନିବାର ଓ ରବିବାର ଦିନଟିକୁ ସ୍ବତନ୍ତ୍ର ପ୍ରଚାର ଦିବସ ରୂପେ ଘୋଷଣା କରାଯାଇଛି। ନୂତନ ଭୋଟରଙ୍କୁ ଏଥିର ସାମିଲ୍ ପାଇଁ ଅନ୍ଲାଇ୍ ଆବେଦନ କରିବାକୁ ପରାମର୍ଶ ଦିଆଯାଇଛି। ଆଗାମୀ ଗ୍ରୀଷ୍ମ ଋତୁ ବେଳକୁ ରାଜ୍ୟରେ ପୌର ନିର୍ବାଚନ କରାଇବାକୁ ସରକାର ଚିନ୍ତା କରୁଥିବା ବେଳେ ନୂଆ ଭୋଟରମାନଙ୍କ ଭୂମିକା ଫଳାଫଳକୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି। ଗତ ବିଧାନସଭା ନିର୍ବାଚନ ବେଳେ ଚୂଡ଼ାନ୍ତ ଭୋଟର ତାଲିକାରେ ୯ ଲକ୍ଷ ୫୭ ହଜାର ୯୨ ଜଣ ମତଦାତା ଥିଲେ। ଏଥିରେ ପୁରୁଷ ମତଦାତା ୪ ଲକ୍ଷ ୯୮ ହଜାର ୪୦୨ ଜଣ ମହିଳା ମତଦାତା, ୪ ଲକ୍ଷ ୫୮ ହଜାର ୬୪୩ ଓ ଅନ୍ୟାନ୍ୟ ମତଦାତାଙ୍କ ସ˚ଖ୍ୟା ୪୭ ଥିବା ଜଣାପଡ଼ିଛି। ଚଳିତ ଭୋଟର ତାଲିକାରେ କେହି ଯେଭଳି ଯୋଗ୍ୟ ଭୋଟର ବାଦ୍ ନପଡ଼ନ୍ତି ସେଥିନେଇ ବିଶେଷ ଧ୍ୟାନ ଦିଆଯାଉଛି।
ସ୍ବତନ୍ତ୍ର ଭୋଟର ତାଲିକା ପାଇଁ ପ୍ରସ୍ତୁତି ଜୋର୍ଦାର୍
- Post published:December 6, 2020
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul