ହୋଟେଲରେ ଗଣ୍ଡଗୋଳ କରି ଫସିଲେ ୩ ନାଲକୋ ଇଞ୍ଜିନିୟର ଗିରଫ

You are currently viewing ହୋଟେଲରେ ଗଣ୍ଡଗୋଳ କରି ଫସିଲେ ୩ ନାଲକୋ ଇଞ୍ଜିନିୟର ଗିରଫ

ଅନୁଗୁଳ: ମଙ୍ଗଳବାର ଅପରାହ୍ନରେ ନାଲକୋ କାଣ୍ତସର୍ ସ୍ଥିତ ହୋଟେଲ ଭୋଜନ ବାହାରରେ ନିଶାସକ୍ତ ଅବସ୍ଥାରେ ଉନ୍ମତ୍ତକାଣ୍ଡ ଘଟାଇ ତିନି ଜଣ ନାଲକୋ ଇଞ୍ଜିନିୟର ଗିରଫ ହୋଇଛନ୍ତି। ପୁଲିସ୍ ବୁଧବାର ସେମାନଙ୍କୁ ଗିରଫ କରିବା ସହ କୋଭିଡ୍ ଟେଷ୍ଟ କରାଇ କୋର୍ଟ ଚାଲାଣ କରିଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।

ଗିରଫ ତିନି ଇଞ୍ଜିନିୟର ନଳିନୀକାନ୍ତ ଉପାଧ୍ୟାୟ, ଅନୁରାଗ ସିହ୍ନା, ଶିବକାନ୍ତ ବର୍ମା ବୋଲି ପୁଲିସ୍ ସୂତ୍ରରୁ ଜଣାପଡ଼ିଛି। ହୋଟେଲରେ ଖାଇବା ବେଳେ ନିଶାସକ୍ତ ଅବସ୍ଥାରେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ବାରଣ କରିବାରୁ ଅନ୍ୟଜଣେ ଗ୍ରାହକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ସେମାନଙ୍କର ସମସ୍ତ କାରନାମା ହୋଟେଲ ସିସିଟିଭିରେ ରେକର୍ଡ ହୋଇଥିଲା।

Share

Leave a Reply