ଅନୁଗୁଳରେ ପୁଣି ମାତିଲେଣି ଲୁଟେରା ! ମାଉଜର ଦେଖାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଛଡ଼ାଇ ନେଲେ ଦୁର୍ବୃତ୍ତ

You are currently viewing ଅନୁଗୁଳରେ ପୁଣି ମାତିଲେଣି ଲୁଟେରା ! ମାଉଜର ଦେଖାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଛଡ଼ାଇ ନେଲେ ଦୁର୍ବୃତ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପୁଣି ମାତିଲେଣି ଲୁଟେରା। ସ୍ଥାନୀୟ ଗାନ୍ଧୀ ମାର୍ଗସ୍ଥିତ ଏକ ସ୍କୁଲ ନିକଟରେ ମାଉଜର ଦେଖାଇ ଆଜି କିଛି ଦୁର୍ବୃତ୍ତ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଡରାଇବା ସହ ଡିପୋଜିଟ କରିବାକୁ ନେଉଥିବା ୧୦ ଲକ୍ଷ ଟଙ୍କା ଛଡ଼ାଇ ନେଇଛନ୍ତି। ଏ ନେଇ ଚଣ୍ଡୀ ବଜାର ଶୁଭମ କିସାନ ସେବା କେନ୍ଦ୍ର ପେଟ୍ରୋଲ ପମ୍ପର ମ୍ୟାନେଜର ବଶିଷ୍ଠ କୁମାର ସାହୁ ଟାଉନ ଥାନାରେ ଅଭିଯୋଗ କରିଛନ୍ତି।

ପେଟ୍ରୋଲ ପମ୍ପ ମ୍ୟାନେଜର ବଶିଷ୍ଠ କୁମାର ସାହୁଙ୍କ କହିବାନୁସାରେ, ସେ ତାଙ୍କର ଜଣେ ସହଯୋଗୀଙ୍କ ସହ ପେଟ୍ରୋଲ ପମ୍ପର ଟଙ୍କା ନେଇ ବ୍ୟାଙ୍କରେ ଡିପୋଜିଟ କରିବାକୁ ଯାଉଥିଲେ। ଏହି ସମୟରେ ଏକ ହମ୍ପସ ପାଖେ ତିନି ଜଣ ମୁଖା ପିନ୍ଧା ଯୁବକ ଏକ ବାଇକରେ ଆସି ପ୍ରଥମରେ ତାଙ୍କ ହାତକୁ ପିଟିଥିଲେ। ଗାଡ଼ି ସ୍ଲୋ ହୋଇଯିବାରୁ ଦୁର୍ବୃତ୍ତମାନେ ତାଙ୍କ ଗାଡ଼ିକୁ ଗୋଇଠା ମାରିଥିଲେ। ଫଳରେ ଦୁଇ ଜଣ ଯାକ ପଡିଯାଇଥିଲେ। ଏହା ପରେ ଦୁର୍ବୃତ୍ତମାନେ ମାଉଜର ଦେଖାଇ ଟଙ୍କା ଭର୍ତ୍ତି ବ୍ୟାଗ ଧରି ଚମ୍ପଟ ମାରିଥିଲେ। ବ୍ୟାଗରେ ୧୦ ଲକ୍ଷ ଟଙ୍କା ଥିବା ନେଇ ସମ୍ପୃକ୍ତ ପମ୍ପ ମ୍ୟାନେଜର କହିଛନ୍ତି। ଏ ନେଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଅଭିଯୋଗ ପରେ ଅନୁଗୁଳ ଟାଉନ ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଦୁର୍ବୃତ୍ତ ମାନେ ହିନ୍ଦୀ ଓ ଓଡ଼ିଆ ମିଶା କଥା କହୁଥିବା ପେଟ୍ରୋଲ ପମ୍ପ କର୍ମଚାରୀ କହିଛନ୍ତି।

Share

Leave a Reply