ଅନୁଗୁଳ:ବାତ୍ୟା ‘ୟାସ୍’ ପ୍ରଭାବରେ ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାରେ ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍ ସେବା ସ୍ବାଭାବିକ କରାଯିବ ବୋଲି ସରକାର ଘୋଷଣା କରିଥିଲେ। ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଶାସନ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ଡାକରା ପାଇ ପାଳଲହଡ଼ା ଉପଖଣ୍ଡର ୪ଟି ସେକ୍ସନର ବିଦ୍ୟୁତ୍ ଦାୟିତ୍ବରେ ଥିବା ଟାଟା ପାୱାର କମ୍ପାନିର ମୁଖ୍ୟ ଭଗତ ସାହୁଙ୍କ ତତ୍ତ୍ଵାବଧାନରେ ୧୦୦ ଜଣ ଅଭିଜ୍ଞ ବିଦ୍ୟୁତ୍ କର୍ମଚାରୀ ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାକୁ ଗସ୍ତକରିଛନ୍ତି। ସେମାନେ ଗସ୍ତ କରିବା ପୂର୍ବରୁ ପାଳଲହଡ଼ା କାର୍ଯ୍ୟାଳୟରେ ଶପଥ ପାଠ କାର୍ଯ୍ୟକ୍ରମ ହୋଇଥିଲା। ଉପରୋକ୍ତ ଅଞ୍ଚଳରେ ବିଦ୍ୟୁତ୍ ସେବା ସ୍ଵାଭାବିକ କରି ସେମାନେ ପାଳଲହଡ଼ା ଫେରିବେ ବୋଲି ସଂକଳ୍ପ ନେଇଥିଲେ।
ଟାଟା ପାୱାରର ୧୦୦ କର୍ମଚାରୀ ଗଲେ ଭଦ୍ରକ
- Post published:May 30, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
