ଅନୁଗୁଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଶତ ପ୍ରତିଶତ ପାସ୍ ହାର, ୧୦ ଜଣ ପିଲା ପାଇଛନ୍ତି A1

You are currently viewing ଅନୁଗୁଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଶତ ପ୍ରତିଶତ ପାସ୍ ହାର, ୧୦ ଜଣ ପିଲା ପାଇଛନ୍ତି A1

 

ଅନୁଗୁଳ: ସ୍ଥାନୀୟ ଗାନ୍ଧିମାର୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଶତ ପ୍ରତିଶତ ପାସ୍ ହାର ରହିଛି। ବିଦ୍ୟାଳୟର ମୋଟ ୧୫୧ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ A1- ୧୦ ଜଣ, A2-୨୩ ଜଣ, B1-୩୮ ଜଣ, B2-୩୯ ଜଣ, C-୩୪ଜଣ, D-୬ଜଣ ଓ E-୧ ଜଣ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ବିଦ୍ୟାଳୟର ଛାତ୍ର ନୀତିଶ୍ କୁମାର ସାହୁ ୫୫୩(୯୨.୧୬ %) ନମ୍ବର ରଖି ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି। ସେହି ଭଳି ସ୍ଵର୍ଣ୍ଣମୟୀ ଗଡ଼ନାୟକ, ସୁଚିସ୍ମିତା ସାହୁ, ସୁଚରିତା ପ୍ରଧାନ,ଡୋନିଶ୍ ପ୍ରଧାନ, ସୌମ୍ୟାଶ୍ରୀ ରଥ, ବିଶ୍ବଜିତ୍ ଦେହେରା, ପ୍ରୀତିପ୍ରଜ୍ଞା ପଟ୍ଟନାୟକ,ଶୁଭଶ୍ରୀ ପଣ୍ଡା ଓ ସୁଚିସ୍ମିତା ପ୍ରଧାନ A1ରେ ପାସ୍ କରିଛନ୍ତି।

ଛାତ୍ରଛାତ୍ରୀଙ୍କ ସଫଳତା ପରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଆଲୋକ ଭୋଇ, ସହପ୍ରଧାନ ଆଚାର୍ଯ୍ୟ ବିପ୍ରଚରଣ ଦାଶ, ସମସ୍ତ ଗୁରୁଜୀ ଗୁରୁମା, ପରିଚାଳନା ସମିତିର ସମସ୍ତ ସଦସ୍ୟ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଶିଶୁମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି।

Share

Leave a Reply