ରିମିଟ ଯୁକ୍ତ ଦୁଇ ବିଜ୍ଞାନ ଆବାସିକ ବିଦ୍ୟାଳୟରେ ଶତ ପ୍ରତିଶତ ରେଜଲ୍ଟ : ଅଂଶୀକା ଟପ୍ପର, ପ୍ରଥମ ଶ୍ରେଣୀରେ ୪୨ ଜଣ ଉତ୍ତୀର୍ଣ୍ଣ

You are currently viewing ରିମିଟ ଯୁକ୍ତ ଦୁଇ ବିଜ୍ଞାନ ଆବାସିକ ବିଦ୍ୟାଳୟରେ ଶତ ପ୍ରତିଶତ ରେଜଲ୍ଟ : ଅଂଶୀକା ଟପ୍ପର, ପ୍ରଥମ ଶ୍ରେଣୀରେ ୪୨ ଜଣ ଉତ୍ତୀର୍ଣ୍ଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପଞ୍ଚମହଲା ସ୍ଥିତ ରିମିଟ ଯୁକ୍ତ ଦୁଇ ବିଜ୍ଞାନ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଛନ୍ତି। କଲେଜର ସବୁ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ୪୨ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିଭଳି ୨୭ ଜଣ ଛାତ୍ରଛାତ୍ରୀ ଦ୍ୱିତୀୟ ଓ ଜଣେ ଛାତ୍ର ତୃତୀୟ ଶ୍ରେଣୀରେ ପାସ କରିଛନ୍ତି। ଅଂଶୀକା ୫୧୬ ନମ୍ବର ରଖି କଲେଜ ଟପ୍ପର ହୋଇଥିବା ବେଳେ ପ୍ରିୟାଂଶୁ ପ୍ରଧାନ ୪୯୬ ରଖି ଦ୍ୱିତୀୟ ଓ ଅରବିନ୍ଦ ପ୍ରଧାନ ୪୫୫ ରଖି ତୃତୀୟ ହୋଇଛନ୍ତି।

ଏହି ସଫଳତା ପାଇଁ କଲେଜ ଚେୟାରମ୍ୟାନ ଅଭୟ କୁମାର ସାହୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share

Leave a Reply