ତୀର୍ଥ ଯାତ୍ରାରେ ଗଲେ ୧୦୬ ଜଣ ବରିଷ୍ଠ ନାଗରିକ, ଏସବୁ ସ୍ଥାନ ବୁଲିବେ

You are currently viewing ତୀର୍ଥ ଯାତ୍ରାରେ ଗଲେ ୧୦୬ ଜଣ ବରିଷ୍ଠ ନାଗରିକ, ଏସବୁ ସ୍ଥାନ ବୁଲିବେ

ଅନୁଗୁଳ: ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ଅପରାହ୍ନରେ ଅନୁଗୁଳ ଜିଲ୍ଲାର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି। ସ୍ଥାନୀୟ ସଭାଘରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଅବଦାଳ ମୁହମ୍ମଦ୍ ଅଖତର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୩ଟି ବସ୍କୁ ସବୁଜ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ।

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅନ୍ତର୍ଗତ ଅନୁଗୁଳ ଜିଲ୍ଲାର ମୋଟ ୧୦୬ ଜଣ ବରିଷ୍ଠ ନାଗରିକ ପ୍ରଥମେ ସମ୍ବଲପୁର ଅଭିମୁଖେ ଯାତ୍ରା କରିଛନ୍ତି। ଶୁକ୍ରବାର ସେମାନେ ସମ୍ବଲପୁର ରେଳ ଷ୍ଟେସନରୁ ରାମେଶ୍ୱରମ୍ – ମଦୁରାଇ ଅଭିମୁଖେ ଟ୍ରେନ୍ ଯାତ୍ରା କରିବେ।

ତୀର୍ଥ କ୍ଷେତ୍ର ପରିଭ୍ରମଣ ସମାପ୍ତ କରି ଏହି ଯାତ୍ରୀମାନେ ଡିସେମ୍ବର ୧୧ ତାରିଖରେ ଫେରିବାର କାର୍ଯ୍ୟକ୍ରମ ରହିଛି। ଯାତ୍ରୀମାନଙ୍କ ସହାୟତା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ୩ ଜଣ ଏସକର୍ଟ ଅଫିସର ସେମାନଙ୍କ ସହିତ ଯାଇଛନ୍ତି।

ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଜିତ ଧଳଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Share

Leave a Reply