ଅନୁଗୁଳ: ଅନୁଗୁଳ ଷ୍ଟାଡିୟମ ଠାରେ ଦଶମ ଜିଲ୍କା ମହୋତ୍ସଵ ଉଦ୍ଘାଟିତ ହୋଇଯାଇଛି।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମାରୋହରେ ଓଡିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଗୁଳର କଳା ସଂସ୍କୃତି ଓ ପରମ୍ପରା ଅତୁଳନୀୟ ବୋଲି କହିଥିଲେ।ଅନୁଗୁଳ ଜିଲ୍ଲା ମହୋତ୍ସବ ସ୍ଥାନୀୟ ପ୍ରତିଭାର ବିକାଶ ପାଇଁ ଏକ ଉପଯୁକ୍ତ ମଞ୍ଚ ଏବଂ ଜିଲ୍ଲା ସଂସ୍କୃତିର ବିକାଶ ଦିଗରେ ଏହା ବିଶେଷ ସହାୟକ ହେବ ବୋଲି ଶ୍ରୀ ସିଂହ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ,ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ,ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା,ଆଠମଲ୍ଲିକ ବିଧାୟକ ରମେଶ ସାଏ,ପାଲଲହଡା ବିଧାୟକ ମୁକେଶ ପାଳ,ଟାମଡା ଅଧ୍ୟକ୍ଷ ଅଵନୀକାନ୍ତ ସାହୁ,ଏୟୁସିସିବି ସଭାପତି ସନ୍ତୋଷ ପ୍ରଧାନ,ଯୁବ ବିଜେଡି ସଭାପତି ଦିନେଶ ପ୍ରଧାନ,ରାଜ୍ୟ ଯୁବ ବ୍ୟାପାର ଅଧ୍ୟକ୍ଷ କୁନ ବିହାରୀ ଦାସ ଏବଂ ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଅଗସ୍ତି ବେହେରା ଓ ସମ୍ବଲପୁର ମହାଡ଼ାକପାଳ ରିଜୁ ଗାଙ୍ଗୁଲି ଯୋଗ ଦାନ କରିଥିଲେ। ବିଧାୟକ ମୁକେଶ ପାଲ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କଣିହାର ଘଣ୍ଟ ବାଦ୍ୟ,ତାଳଚେରର ପାଇକ ଆଖଡା, ନୃତ୍ୟନିଳୟ ପକ୍ଷରୁ ଓଡିଶୀ ଆଦି ପରିବେଷିତ ହୋଇଥିଲା। ଏହାପରେ ବେନି ଦୟାଲଙ୍କ ଆଧୁନିକ ରକ ଏବଂ ପପ ସଙ୍ଗୀତ ଓ ଫନି ଅନୁଗୁଳିଆଙ୍କ ପକ୍ଷରୁ କମେଡି ପରିବେଶଣ କରାଯାଇଥିଲା। ହଜାର ହଜାର ଦର୍ଶକ ଏହାକୁ ଉପଭୋଗ କରିଥିଲେ।
ଦଶମ ଅନୁଗୁଳ ଜିଲ୍ଲା ମହୋତ୍ସବ ଉଦ୍ଘାଟିତ
- Post published:January 18, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul