୧୦ମ କୁଣ୍ଡେଶ୍ୱର୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଫାଇନାଲରେ ବରଗଡ଼କୁ ହରାଇ ସୋନପୁର ୦-୨ ଗୋଲରେ ବିଜୟୀ

You are currently viewing ୧୦ମ କୁଣ୍ଡେଶ୍ୱର୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ  ଉଦଯାପିତ, ଫାଇନାଲରେ ବରଗଡ଼କୁ ହରାଇ ସୋନପୁର ୦-୨ ଗୋଲରେ ବିଜୟୀ

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ତଳମୂଳ ପଞ୍ଚାୟତ ସିମୁଳିଛୁଇଁ ଅରୁଣୋଦୟ କ୍ଲବ ଆନୁକୂଲ୍ୟରେ ଆୟୋଜିତ ୧୦ମ କୁଣ୍ଡେଶ୍ୱର୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପିତ ହୋଇଛି। ଆଜି ଫାଇନାଲ ମ୍ୟାଚରେ ବିଏସଏଫ ସୋନପୁରକୁ ବରଗଡ ୟୁନାଇଟେଡ ଭେଟିଥିଲା। ଫାଇନାଲରେ ସୋନପୁର ୦-୨ ଗୋଲରେ ବିଜୟୀ ହୋଇଥିଲା।

ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବେ କୁଲାଡ ଟ୍ରକ୍ ଆସୋସିଏସନ୍ ସଭାପତି ମନୋରଞ୍ଜନ ଜେନା, ମହେଶ୍ୱର ବେହେରା, ପବିତ୍ର ମୋହନ ଦାସ, ବଉଳିଗଡ ସରପଞ୍ଚ ଅମରେନ୍ଦ୍ର ଗଡନାୟକ, ଅରୁଣୋଦୟ କ୍ଲବର ସଭାପତି ସମୀର ବେହେରା, ଉପଦେଷ୍ଟା ବୈଷ୍ଣବ ଚରଣ ଦାଶ, ବିଭୂତି ଭୂଷଣ ତ୍ରିପାଠୀ, ପଦ୍ମ ଚରଣ ଦାଶ, ଗିରିଧାରୀ ଦାଶ, କ୍ଲବର ସଦସ୍ୟ ଆତ୍ମୀୟ ଦାଶ, ଶିବାଜୀ ଦାଶ, ପିନୁ ଦାଶ, ପିଲୁ ତ୍ରିପାଠୀ, ସିଲୁ ତ୍ରିପାଠୀ, ରାଜେଶ ଦାଶ, ପିଣ୍ଟୁ ଦାଶ, ଟୁକୁନା ମହାଳିକ, ବଂଶୀ ଦାସ, ବଳିଆ ମହାଳିକ, ମୁନା ଦାଶ, ଜଗନ୍ନାଥ ଦାଶ, ଅଭିଷେକ ଦାଶ, ଅଶୋକ ଦାଶଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Share

Leave a Reply