ଦଶମ ତୁକୁଡା ପ୍ରିମିୟର ଲିଗ୍ ଉଦଯାପିତ: ରୁଦ୍ର ୱାରିଆରସକୁ ହରାଇ ଫ୍ରେଣ୍ଡସ କ୍ଲବ୍ ଚାମ୍ପିଅନ

You are currently viewing ଦଶମ ତୁକୁଡା ପ୍ରିମିୟର ଲିଗ୍ ଉଦଯାପିତ: ରୁଦ୍ର ୱାରିଆରସକୁ ହରାଇ ଫ୍ରେଣ୍ଡସ କ୍ଲବ୍ ଚାମ୍ପିଅନ

ଛେଣ୍ଡିପଦା : ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ତୁକୁଡ଼ା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ୧୦ମ ତୁକୁଡା ପ୍ରିମିୟର ଲିଗ୍ ଉଦଯାପିତ ହୋଇଛି। ଗତ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଫ୍ରେଣ୍ଡସ କ୍ଲବ୍ ଓ ରୁଦ୍ର ୱାରିଆରସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ୍ ଜିତି ରୁଦ୍ର ୱାରିଆର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୯ ୱିକେଟ୍ ହରାଇ ୧୦୦ ରନ୍ ସଂଗ୍ରହ କରିଥିଲେ। ଜବାବରେ ଫ୍ରେଣ୍ଡସ କ୍ଲବ୍ ୧୪ ଓଭରରେ ୭ ୱିକେଟ୍ ହରାଇ ୧୦୧ ରନ୍ କରି ବିଜୟୀ ହୋଇଥିଲା।
ବିଜେପି ରାଜ୍ୟ କାର୍ଯ୍ଯକାରିଣୀ ସଦସ୍ୟ ଅଗସ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାମ୍ପିଅନ ଦଳକୁ ଟ୍ରଫି ପ୍ରଦାନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ରାଜ ସଂସ୍କାର କମିଟି ସଭାପତି ସୁମନ୍ତ ସାହୁ, ଜରପଡା ମଣ୍ଡଳ ସଭାପତି ଚିତ୍ରସେନ ସାହୁ, ଉତ୍କଳ ସେବା ସଂସଦ ସଭାପତି ଦିଲ୍ଲୀପ ସାହୁ, ସ୍ଥାନୀୟ ଯୁବ ନେତା ଅନିଲ ବେହେରା, କବିରାଜ ସାହୁ, ବେଣୁଧର ସାହୁ, ସୁଧୀର ଦେହୁରୀ, କର୍ଣ୍ଣ ଦେହୁରୀ, ଲିକୁନ ପ୍ରଧାନ, ପ୍ରବୀର ବେହେରା, ନିଶିକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଅମ୍ପାୟାର୍ ଭାବେ ସନ୍ତୋଷ ନାୟକ ଓ ଅଜୟ ବେହେରା ଖେଳ ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ରାକେଶ ସାହୁ ଓ ବାଦଲ ସାହୁ ଏବଂ ଭାଷ୍ୟକାର ଭାବେ ପିଣ୍ଟୁ ସାହୁ ସହଯୋଗ କରିଥିଲେ। ଟୁର୍ଣ୍ଣାମେଣ୍ଟରେ କୁଞ୍ଜବିହାରୀ ଦେହୁରୀ ମ୍ୟାନ ଅଫ ଦି ମ୍ୟାଚ୍ ହୋଇଥିବା ବେଳେ ସିଦ୍ଧାନ୍ତ ସାହୁଙ୍କୁ ମ୍ୟାନ ଅଫ ଦି ସିରିଜ ଭାବେ ପୁରସ୍କୃତ କରାଯାଇଛି।

Share

Leave a Reply