ଅନୁଗୁଳ: ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଛେଣ୍ଡିପଦା ଜଙ୍ଗଲ ବିଭାଗ ପକ୍ଷରୁ ନାଇଟ ପାଟ୍ରୋଲିଂ ଚାଲିଥିବା ବେଳେ ସନ୍ତରାବନ୍ଧ ଗାଁ କମ୍ପସଲା ବିଟ୍ ଅଞ୍ଚଳରେ ଏକ ମହିନ୍ଦ୍ରା ବଲରୋ ପିକଅପ୍ ସନ୍ଦିଗ୍ଧ ଅବସ୍ଥାରେ ଯାଉଥିବା ଦେଖି ଅଟକାଇ ଥିଲେ। ଗାଡି ଅଟକିବାପରେ ଡ଼୍ରାଇଭର ଖସି ପଳାଇଥିଲା। ଯାଞ୍ଚରୁ ଗାଡ଼ିରେ ୧୨.୧୦ କ୍ଵିଣ୍ଟାଲ ଚୋରା କେନ୍ଦୁପତ୍ର ଥିବା ଜଣାପଡିଥିଲା। ଚୋରା କେନ୍ଦୁପତ୍ର ସବୁକୁ ଛେଣ୍ଡିପଦା ରେଞ୍ଜ ଅଫିସ ନିଆଯାଇ ଅଧିକ ତଦନ୍ତ ଚାଲିଛି। ରେଞ୍ଜ ଅଧିକାରୀ ସୁଭ୍ରା ସୁଚିଶ୍ମିତା ମହାପାତ୍ର,ଫରେଷ୍ଟର ବେଣୁଧର ବେହେରା ଏବଂ ତାଙ୍କ ସାଥୀ ମାନେ ଏହି ଯାଞ୍ଚ ବେଳେ ଉପସ୍ଥିତ ଥିଲେ।
୧୨ କ୍ଵିଣ୍ଟାଲ ଚୋରା କେନ୍ଦୁପତ୍ର ଜବତ
- Post published:April 23, 2025
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul