ଗ୍ରାହକକୁ ଅପେକ୍ଷା କରିଥିବା ବ୍ରାଉନସୁଗାର ବେପାରୀକୁ ମାଡ଼ି ବସିଲା ଅବକାରୀ ଟିମ୍, ୧୨ ଲକ୍ଷ ଟଙ୍କାର ଧଳା ଜହର ଜବତ

You are currently viewing ଗ୍ରାହକକୁ ଅପେକ୍ଷା କରିଥିବା ବ୍ରାଉନସୁଗାର ବେପାରୀକୁ ମାଡ଼ି ବସିଲା ଅବକାରୀ ଟିମ୍, ୧୨ ଲକ୍ଷ ଟଙ୍କାର ଧଳା ଜହର ଜବତ

ଅନୁଗୁଳ: ଆଜି ଅନୁଗୁଳ ସହରରୁ ଜବତ ହୋଇଛି ୧୨୦ ଗ୍ରାମ୍ ବ୍ରାଉନସୁଗାର। ଏହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି। ଅବକାରୀ ବିଭାଗ ବ୍ରାଉନସୁଗାର ଜବତ କରି ଜଣଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ସ୍ଥାନୀୟ ଅମଲପଡ଼ା କେନାଲ୍ ପାଖରେ ଜଣେ ବ୍ୟକ୍ତି ଧଳା ଜହର ଧରି ଗ୍ରାହକଙ୍କୁ ଅପେକ୍ଷା କରିଥିଲେ। ଏନେଇ ଖବର ପାଇ ଅବକାରୀ ବିଭାଗ ଚଢ଼ଉ କରିଥିଲା। ଚଢ଼ଉ ବେଳେ
ରାଜକିଶୋରପଡ଼ାର ଧୀରେନ ଦାସ(୨୪)ଙ୍କୁ ଧରିଥିଲା ଅବକାରୀ ଟିମ୍। ଯାଞ୍ଚ ବେଳେ ତାଙ୍କ ପାଖରୁ ୧୨୦ ଗ୍ରାମ୍ ବ୍ରାଉନସୁଗାର ମିଳିଥିଲା। ଅବକାରୀ ଅଧିକାରୀ ତାଙ୍କୁ ଅଟକ ରଖିବା ସହ ଅଧିକ ପଚରାଉଚରା ପରେ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ମାମଲାରେ ଆଉ କିଏ ଜଡିତ ଅଛନ୍ତି ସେ ନେଇ ଖୋଳତାଡ଼ କରାଯାଉଛି ବୋଲି ସୂଚନା ଦେଇଛନ୍ତି ଅନୁଗୁଳ ଅବକାରୀ ଅଧୀକ୍ଷକ ମଧୁସ୍ମିତା ନାୟକ।

Share

Leave a Reply