୧୨ଶ ଅନୁଗୁଳ ମହୋତ୍ସବ ଉଦଯାପିତ: ଲୋକନୃତ୍ୟ,ଅମିତ୍ ମିଶ୍ରା ଓ ସତ୍ୟଜିତଙ୍କ ସଙ୍ଗୀତରେ ଝୁମିଲେ ଯୁବପିଢି

You are currently viewing ୧୨ଶ ଅନୁଗୁଳ ମହୋତ୍ସବ ଉଦଯାପିତ: ଲୋକନୃତ୍ୟ,ଅମିତ୍ ମିଶ୍ରା ଓ ସତ୍ୟଜିତଙ୍କ ସଙ୍ଗୀତରେ ଝୁମିଲେ ଯୁବପିଢି

ଅନୁଗୁଳ: ଦ୍ବାଦଶ ଅନୁଗୁଳ ଜିଲ୍ଲା ମହୋତ୍ସବ ସୋମବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।ବର୍ଣ୍ଣାଢ଼୍ୟ।ଏହି ସଂସ୍କରଣର ଉଦଯାପନୀ ସନ୍ଧ୍ୟାକୁ ଉଦ୍ଘାଟନ କରିଥିଲେ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ।ଶ୍ରୀ ପୂଜାରୀ ନିଜ ବକ୍ତବ୍ୟରେ ଅନୁଗୁଳକୁ କଳା ସଂସ୍କୃତିର ରାଜଧାନୀ ବୋଲି ଉଲ୍ଲେଖ କରିଥିଲେ। ଆଗାମୀ ଦିନରେ ଏହି ମହୋତ୍ସବକୁ ଜାତୀୟ ସ୍ତରର କରାଯାଉ ବୋଲି ସେ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ରାଜ୍ୟ ଆଇନ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ହିନ୍ଦୋଳ ବିଧାୟିକା ସିମାରାଣୀ ନାଏକ, କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା,ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଅନୁଗୁଳ ବିଧାୟକ ପ୍ରତାପ ପ୍ରଧାନ, ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, ଅନୁଗୁଳ ଜିଲ୍ଲାପାଳ ଅବଦାଲ ଏମ ଅଖତାର ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ ଏବଂ ଅନୁଗୁଳ ନଗରପାଳ ଅକ୍ଷୟ ସାମନ୍ତ ପ୍ରମୁଖ ଯୋଗ ଦେଇ ଅନୁଗୁଳର କଳା ସଂସ୍କୃତି,ପ୍ରକୃତି, ଖଣି ଖାଦାନ ଏବଂ ଶିଳ୍ପ ସର୍ବୋପରି ଜିଲ୍ଲାର ପ୍ରଗତି ନେଇ ନିଜ ନିଜର ମତାମତ ଦେଇଥିଲେ। ଏଡିଏମ୍ ପ୍ରତାପ ପ୍ରୀତିମୟ ଅତିଥି ପରିଚୟ ପ୍ରଦାନ କରିଥିଲେ।ସମାରୋହରେ କିଛି କୃତି କର୍ମଚାରୀଙ୍କ ସମେତ ବ୍ୟାଡମିଣ୍ଟନ ତାରକା ଅବିନାଶ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ନୃତ୍ୟ ସଙ୍ଗୀତ ଭାରତୀ, ଷ୍ଟାଇଲ ଡ୍ୟାନସ ଏକାଡେମୀ, ଆଠମଲ୍ଲିକ ଲିପ୍ଲୋଇ ଦଣ୍ଡ, ଆକୃତି ଓ ବୈଷ୍ଣବୀ ଡ୍ୟାନସ ଏକାଡେମୀ ଆଦିର କଳାକାର ମାନେ ଚମତ୍କାର କଳା କୌଶଳ ପ୍ରଦର୍ଶନ କରିଥିଲେ।ଏହାପରେ ଅମିତ୍ ମିଶ୍ରା ଓ ସତ୍ୟଜିତ  ପ୍ରଧାନଙ୍କ ସଙ୍ଗୀତର ଜଲ୍ଵା, ଗଞ୍ଜାମର ଯୋଡ଼ି ଶଙ୍ଖ ଏବଂ ସାତକୋଶିଆ ଉପରେ ପର୍ଯ୍ୟବେସିତ ଲେଜର୍ ସୋ ଷ୍ଟାଡିୟମରେ “ଚାର ଚାନ୍ଦ” ଲଗେଇ ଦେଇଥିଲା। ପ୍ରାୟ ପଚାଶ ହଜାରରୁ ଉର୍ଦ୍ଧ୍ବ ଦର୍ଶକ ଏହି ମହୋତ୍ସବକୁ ଉପଭୋଗ କରିଥିଲେ।

Share

Leave a Reply