ଅନୁଗୁଳ: ବିଜେଡିର ହାତ ଛାଡ଼ିଲେ ତାଳଚେରର ନଗରପାଳ ସମେତ ୧୩ ଜଣ କାଉନସିଲର। ସମସ୍ତ କର୍ମକର୍ତ୍ତା ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ସମସ୍ତେ ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଓ ଅନୁଗୁଳ ଜିଲ୍ଲା ସଭାପତି ତଥା ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇ ଥିବା ସୂଚନା ମିଳିଛି। ଇସ୍ତଫା ଦେଇଥିବା ସଦସ୍ୟ ହେଲେ ତାଳଚେର ପୌର ପରିଷଦର ନଗରପାଳ ପବିତ୍ର ଭୂତିଆ, ୧ ନମ୍ବର ୱାର୍ଡ କାଉନସିଲର ଆସିଫ ଖାଁ, ୨ନମ୍ବର ୱାର୍ଡ କାଉନସିଲର ଯଶୋବନ୍ତ ମିଶ୍ର, ୩ ନମ୍ବର ୱାର୍ଡ କାଉନସିଲର ଲିପିକା ବେହେରା, ୫ ନମ୍ବର କାଉନସିଲର ସଂଜୀବ ବେହେରା, ୬ ନମ୍ବର କାଉନସିଲର ଜିତେନ୍ଦ୍ର ଭୂତିଆ, ୯ ନମ୍ବର କାଉନସିଲର ମମତା ରାଉତ, ୧୦ ନମ୍ବର କାଉନସିଲର ଅଜିତ କୁମାର ସାହୁ, ୧୧ ନମ୍ବର କାଉନସିଲର ନିରୁପମା ପଟ୍ଟନାୟକ, ୧୨ ନମ୍ବର କାଉନସିଲର ସଂଜୀବ ଗଡ଼ନାଏକ, ୧୪ ନମ୍ବର କାଉନସିଲର ବଲବିନ୍ଦର କୌର, ୧୫ ନମ୍ବର କାଉନସିଲର ସବିତା ପାଲ, ୧୮ ନମ୍ବର କାଉନସିଲର ଲିନା ସାହୁ, ୨୦ ନମ୍ବର କାଉନସିଲର ଶାନ୍ତନୁ କୁମାର ମିଶ୍ର ପ୍ରମୁଖ ବ୍ୟକ୍ତିଗତ ସମସ୍ୟା କାରଣରୁ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି। ତେବେ ସେମାନେ ୨୮ ତାରିଖରେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ଚାପଗ୍ରସ୍ତ ହୋଇ ଦଳ ଛାଡ଼ିଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ନଗରପାଳ।
ବିଜେଡିର ହାତ ଛାଡ଼ିଲେ ତାଳଚେରର ନଗରପାଳ ସମେତ ୧୩ ଜଣ କାଉନସିଲର
- Post published:November 26, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau


