ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ରେଳ ଷ୍ଟେସନରେ ୧୪ ଟି ଏକ୍ସପ୍ରେସ ଟ୍ରେନ ରହଣି କରୁନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଏନେଇ ଶୁକ୍ରବାର ବଇଣ୍ଡା ଅଞ୍ଚଳର ଏକ ପ୍ରତିନିଧି ମଣ୍ଡଳୀ ନାକିଚି ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି।
ଗ୍ରାମବାସୀଙ୍କ ଦାବି ମୁତାବକ, ଏହି ଷ୍ଟେସନରେ ୧୪ ଟି ଏକ୍ସପ୍ରେସ ରହୁନାହିଁ। ବିଶେଷ କରି କରୋନା କଟକଣା ସମୟରେ ଏହି ଷ୍ଟେସନରେ ରହୁଥିବା ୫ ଟି ଏକ୍ସପ୍ରେସ ଟ୍ରେନର ରହଣି କୁ ଉଠାଇ ଦିଆଯାଇଛି। ଏଣୁ ଏବେ କରୋନାର ପ୍ରଭାବ କମିଥିବାରୁ ଏଠାରେ ପୁଣିଥରେ ଏକ୍ସପ୍ରେସ ରହଣି କରିବାକୁ ଲୋକେ ଦାବି କରିଛନ୍ତି। ଦାବି ପତ୍ର ପ୍ରଦାନ ବେଳେ ନୁନୁକାପଶି ଦୀପ୍ତିମୟୀ ସାହୁ, ପ୍ରବୀଣ କୁମାର ସାହୁ, ଜଳଧର ସାହୁ, ସୁକାନ୍ତ କୁମାର ରଣା, ଫକିର ମୋହନ ସାହୁ, ସଞ୍ଜୟ କୁମାର ପ୍ରଧାନ, ଧର୍ମେନ୍ଦ୍ର ପ୍ରଧାନ, ଜିତେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।




