ଆଠମଲ୍ଲିକରେ ୭୭ ତମ ଉପଖଣ୍ଡସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

You are currently viewing ଆଠମଲ୍ଲିକରେ ୭୭ ତମ ଉପଖଣ୍ଡସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଆଠମଲ୍ଲିକ : ଆଠମଲ୍ଲିକରେ ୭୭ତମ ଉପଖଣ୍ଡସ୍ତରୀୟ ସ୍ୱାଧୀନତା ଦିବସ ପାଳନର ପ୍ରସ୍ତୁତି ବୈଠକ ସୋମବାର ଉପଜିଲ୍ଲାପାଳ ତରଣୀ ସୁନାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ତହସିଲ ସଭାଗୃହ ଘରେ ଅନୁଷ୍ଠିତ ହୋଇଛି। ସ୍ୱାଧୀନତା ଦିବସ ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିରେ ବିଭିନ୍ନ ବିଭାଗ ଯଥା-ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଉଦ୍ୟାନ, ଗ୍ରାମ୍ୟ ଜଳଯୋଗାଣ, ବନ ବିଭାଗ, ମିଶନଶକ୍ତି ଇତ୍ୟାଦିର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ପାଇଁ ସ୍ଥିର କରାଯାଇଛି। ଏଥିସହ ଜାତୀୟ ପତାକା ଉତ୍ତୋଳନ, ପେଣ୍ଡାଲ ପ୍ରସ୍ତୁତି ପାଇଁ ପୂର୍ତ୍ତ ବିଭାଗ, ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମେତ ସମସ୍ତ ବରପୁତ୍ରଙ୍କ ପ୍ରତିମୂର୍ତ୍ତିକୁ ରଙ୍ଗ କରି ଆଲୋକୀକରଣ କରିବାକୁ ନିର୍ବାହୀ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଯଶୋବନ୍ତ ଦେହୁରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌଭାଗ୍ୟ ବେହେରା, ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାଳକୃଷ୍ଣ କହଁର, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଆଶାକୁମାରୀ ସାହୁ, ଆଠମଲ୍ଲିକ ମହାବିଦ୍ୟାଳୟ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ମେହେର, କିଶୋରନଗର ମହାବିଦ୍ୟାଳୟ ଅଧ୍ୟକ୍ଷ ଅକ୍ଷୟ କୁମାର ଦାସ, ଜନତା ମହାବିଦ୍ୟାଳୟ ଅଧ୍ୟକ୍ଷ କାଳନ୍ଦୀ ଚରଣ ପ୍ରଧାନ, ନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଓକିଲ ସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ର, ସ୍ବେଚ୍ଛାସେବୀ ସଂଗଠନ ସମାଧାନର ସମ୍ପାଦକ ବିନୟ କୁମାର ପଟ୍ଟନାୟକ ଉପସ୍ଥିତ ରହି ସ୍ୱାଧୀନତା ଦିବସରେ କି କାର୍ଯ୍ୟକ୍ରମ କରାଯିବ, ସେ ନେଇ ମତାମତ ଦେଇଛନ୍ତି।

Share

Leave a Reply