ଅନୁଗୁଳ: ରାଷ୍ଟ୍ରାୟତ୍ତ ୟୁକୋ ବ୍ୟାଙ୍କ ପକ୍ଷରୁ ଅନୁଗୁଳଠାରେ ଏକ ସ୍ଵତନ୍ତ୍ର ଆର୍ଥିକ ଅର୍ନ୍ତଭୁକ୍ତିକରଣ ଶିବିର ବୁଧବାର ଅନୁଷ୍ଠିତ ହୋଇଛି। ଭାରତ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ବ୍ୟାଙ୍କିଙ୍ଗ ସୁବିଧା ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହିତ ସମାଜର ତୃଣମୂଳସ୍ତରର ବିତ୍ତୀୟ ସହାୟତା ଉପଲବ୍ଧ କରିବା ଉଦ୍ଦେଶ୍ୟରେ ଏହା କରାଯାଇଥିଲା। ୟୁକୋ ବ୍ୟାଙ୍କ କୋଲକାତାର ମୁଖ୍ୟ କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇସରାକ୍ ଅଲ୍ଲୀ ଖାନ୍ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବ୍ୟାଙ୍କର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ତାଙ୍କ ସମେତ ନାବାର୍ଡର ମହାପ୍ରବନ୍ଧକ ବି.ବି. ସାହୁ, ଆର୍ଥିକ ଅର୍ନ୍ତଭୁକ୍ତିକରଣର ମହାପ୍ରବନ୍ଧକ ରଞ୍ଜିତ ସିଂହ, ଏସ୍ଏଲ୍ବିସି କନ୍ଭେନର(ଆବାହକ) ମହାପ୍ରବନ୍ଧକ ଗୌତମ ପାତ୍ର ଓ ଏନ୍ପିସିଆଇ ଅଧିକାରୀ ଦେବଦର୍ଶୀ ରାୟ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ଶିବିରରେ ୟୁକୋ ବ୍ୟାଙ୍କ ୧୬୧ଟି ଏସ୍ଏସ୍ଜି ଋଣ ମଞ୍ଜୁରୀ, ୫୬୭ଟି ପିଏମ୍ଜେଡିୱାଇ ଆକାଉଣ୍ଟ ଖୋଲିବା ସହିତ ୨୧୫ଟି ରୂପେ ଏଟିଏମ୍ କାର୍ଡ ଜାରି କରିଥିଲା। ସେହିପରି ୪୮୪ଟି ପିଏମ୍ଜେଜେବିଓ୍ବାଇ, ୭୩୬ଟି ପିଏମ୍ଏସ୍ବିୱାଇ ଏବଂ ୪୮୩ଟି ଏପିୱାଇ ଆକାଉଣ୍ଟକୁ ନାମାଙ୍କିତ କରାଯାଇଛି। ଏହା ସମ୍ବଲପୁର ଅଞ୍ଚଳ ଅର୍ନ୍ତଗତ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପାଇଁ ଗୋଟିଏ ଦିନରେ ଏକ ବଡ ସଫଳତା ବୋଲି ବ୍ୟାଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।
ୟୁକୋ ବ୍ୟାଙ୍କ୍ର ସ୍ବତନ୍ତ୍ର ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର, ୧୬୧ ଏସ୍ଏସ୍ଜିଙ୍କୁ ଋଣ ପ୍ରଦାନ
- Post published:July 28, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
Tags: Angul


