ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ସାନ୍ତରାପୁର ଗାଁ ନିକଟରେ ମଙ୍ଗଳବାର ରାତିରେ ୧୧ କେଭି ଲାଇନର ବିଦ୍ୟୁତ ତାର ଚୋରି ହୋଇଛି। ଏ ନେଇ ବଅଁପାଳ ବିଦ୍ୟୁତ ବିଭାଗ ସେକ୍ସନ୍ ଇନ୍ଚାର୍ଜ ସୁଭାଶିଷ ମହାନ୍ତି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ, ପ୍ରାୟ ୧ ହଜାର ମିଟର ୧୧ କେଭି ବିଦ୍ୟୁତ ତାର ଯାହର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ହଜାର ଟଙ୍କା ହେବ ମଙ୍ଗଳବାର ରାତିରେ ଚୋରି ହୋଇଛି। ଏଥି ପୂର୍ବରୁ ମେ ମାସରେ ସେଠାରୁ ମଧ୍ୟ ବିଦ୍ୟୁତ ତାର ଚୋରି ହୋଇଥିଲା। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।
୧୧ କେଭି ବିଦ୍ୟୁତ ତାର ଚୋରି
- Post published:July 28, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Swagatika Samantray

Tags: Angul