ଅନୁଗୁଳ: ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା। ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୧୬୧ କେଜି ଗଞ୍ଜେଇ ଜବତ ହୋଇଛି। ଏହି ମାମଲାରେ ପୁଲିସ ୨ ଜଣଙ୍କୁ ଗିରଫ କରିବା ସହ ଏକ ପିକ୍ଅପ୍ ଭ୍ୟାନ୍ ଜବତ କରିଛି।
ସୂଚନା ମୁତାବକ, ପାଳଲହଡ଼ା ଦେଇ ଯାଇଥିବା ୧୪୯ନଂ ଜାତୀୟ ରାଜପଥର ବାଇପାସ୍ ନିକଟରେ ଅବକାରୀ ବିଭାଗ ଚଢ଼ଉ କରି ଏକ ପିକଅପ୍ ଭ୍ୟାନ୍ରୁ ୧୬୧ କେଜି ଗଞ୍ଜେଇ ଜବତ କରିଛି; ଯାହାର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ୧୦ ହଜାର ଟଙ୍କା ହେବ। ଏଥିସହ ଚୋରା କାରବାରରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦ୍ଵୟ ହେଲେ ଛେଣ୍ଡିପଦା ଥାନା ଅନ୍ତର୍ଗତ ମାଛକୁଟା ଗ୍ରାମର ମାନଭଞ୍ଜନ ଗଡ଼ନାୟକ(୩୭) ଓ ରବୀନ୍ଦ୍ର ସାହୁ (୬୦)। ଗଞ୍ଜେଇକୁ ଏମାନେ ଛେଣ୍ଡିପଦାରୁ ମୟୂରଭଞ୍ଜକୁ ଚାଲାଣ କରୁଥିବା ନେଇ ସୂଚନା ଦେଇଛି ଅବକାରୀ ବିଭାଗ।