୧୭୫ ତମ ମଧୁଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିଲା ଅନୁଗୁଳ ଓକିଲ ସଂଘ, ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ

You are currently viewing ୧୭୫ ତମ ମଧୁଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିଲା ଅନୁଗୁଳ ଓକିଲ ସଂଘ, ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ

ଅନୁଗୁଳ: ଅନୁଗୁଳ ଓକିଲ ସଂଘ ପକ୍ଷରୁ ଆଜି ସ୍ଥାନୀୟ ସଭା ଘରେ ୧୭୫ତମ ମଧୁଜୟନ୍ତୀ ଓ ଆଇନଜୀବୀ ଦିବସ ମହାସମାରୋହରେ ପାଳିତ ହୋଇଛି। ଜିଲ୍ଲା ଓକିଲ ସଂଘର ସଭାପତି ଦିଲ୍ଲୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ଗୌରୀ ଶଙ୍କର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଇନଜୀବୀମାନେ ମଧୁବାବୁଙ୍କ ଆଦର୍ଶ ଓ ମାର୍ଗଦର୍ଶକରେ ଅନୁପ୍ରାଣିତ ହେବା ଆବଶ୍ୟକ ବୋଲି ମତ ବ୍ୟକ୍ତ କରିଥିଲେ।

ସେହିପରି ଅନୁଗୁଳ ଜିଲ୍ଲା ଦୌରାଜଜ ପ୍ରଣବ କୁମାର ପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ମଧୁବାବୁଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିବା ସହିତ ଆଇନଜୀବୀମାନେ ଲୋକମାନଙ୍କୁ ନ୍ୟାୟ ଦେବା ସହିତ ମକଦ୍ଦମାଗୁଡିକୁ ଶୀଘ୍ର ଶେଷ କରିବାକୁ ପରାମର୍ଶଦେଇଥିଲେ।
ଏ ଅବସରରେ ଅତିଥି ମାନେ ଓକିଲ ସଙ୍ଘର ସ୍ମରଣିକାକୁ ଉନ୍ମୋଚନ କରିଥିଲେ। ଅତିଥି ମାନେ ମଞ୍ଚରେ ଆଇନଜୀବୀ ନିତ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ସମ୍ମାନିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓକିଲ ସଂଘର ସଭାପତି ଦିଲ୍ଲୀପ କୁମାର ସାହୁ, ସାଧାରଣ ସମ୍ପାଦକ ହିମାଂଶୁ ଭୂଷଣ ସାମଲ, ଆଇନଜୀବୀ ସଞ୍ଜୟ କୁମାର ସାହୁ, ସାଂସ୍କୃତିକ ସମ୍ପାଦକ ପ୍ରଦୀପ୍ତ କୁମାର ପ୍ରଧାନ ଉପସ୍ଥିତ ଥିଲେ।

ଦ୍ୱିତୀୟ ଅଧିବେଶନରେ ବିଧାନସଭା ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଯୋଗଦେଇ ମଧୁବାବୁଙ୍କ ଆଦର୍ଶ ଓ ମାର୍ଗଦର୍ଶକରେ ଆଇନଜୀବୀମାନେ ଅନୁପ୍ରାଣିତ ହୁଅନ୍ତୁ ବୋଲି କହିଥିଲେ। ଶେଷରେ ଓକିଲମାନଙ୍କ ପକ୍ଷରୁ ତାହା ହିଁ ଜୀବନ ନାଟକ ପରିବେଷଣ କରାଯାଇଥିଲା।

କାର୍ଯ୍ୟକ୍ରମରେ ଅନୁଗୁଳ କୋର୍ଟର ସମସ୍ତ ବିଚାରପତିଙ୍କ ସହ ସଂଘ ଉପସଭାପତି ଟୁନୁ ମିଶ୍ର, ସହ ସମ୍ପାଦକ ପ୍ରେମାନନ୍ଦ ସାହୁ, ସରକାରୀ ଓକିଲ ପରମାନନ୍ଦ ମିଶ୍ର, ଭବାନୀ ମିଶ୍ର, ଭୂପେଶ ପ୍ରଧାନ, ଦିଲ୍ଲୀପ ମହାନ୍ତି, ପ୍ରଦୀପ ଦେବତା, ଅର୍ଜୁନ ମୁଦୁଲି, ରଞ୍ଜନ ପାତ୍ର ପ୍ରମୁଖ ସହଯୋଗ କରିଥିଲେ।

Share

Leave a Reply