୧୮ ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ମହିଳା ସହିତ ୩ ଜଣ ଗିରଫ

You are currently viewing ୧୮ ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ମହିଳା ସହିତ ୩ ଜଣ ଗିରଫ

ଅନୁଗୁଳ: ଟାଉନ୍ ଥାନା ପୋଲିସ୍ ଶନିବାର ସକାଳେ ଅମଲାପଡା ମୁସଲମାନ ସାହି ଛକ ନିକଟ ଏକ ନିର୍ମାଣାଧୀନ ଷ୍ଟୋରରୁମରେ ଚଢ଼ଉ କରି ୧୮ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା। ଏଥିସହିତ ଚୋରା କାରବାରରେ ସମ୍ପୃକ୍ତ ଜଣେ ମହିଳାଙ୍କ ସମେତ ୩ ଜଣ
ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ, ଅମଲାପଡା ମୁସଲିମ୍‌ସାହିର ସେଖ୍ ସକିଲ୍(୫୦), ତାଙ୍କ ସ୍ତ୍ରୀ କୁରେସା ବିବି(୫୦) ଓ ତାଙ୍କ ପୁଅ ସେଖ୍ ଅନିଶ(୨୫)। ସେମାନଙ୍କ ଠାରୁ ଚୋରା ବ୍ରାଉନ୍‌ସୁଗର ସହିତ ନଗଦ ୧୯ ହଜାର ୨୦୦ ଟଙ୍କା, ୨ଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି।

ପୋଲିସ୍ ସୂଚନା ମୁତାବକ, ଗିରଫ ଅଭିଯୁକ୍ତମାନେ ଅମଲାପଡା
ମୁସଲମାନ ସାହି ଛକ ପାଖରେ ଥିବା ନବନିର୍ମିତ କ୍ଳବ ଘର ନିକଟରେ ନିର୍ମାଣାଧୀନ ଏକ ଷ୍ଟୋରରୁମ୍‌ରେ ନାଲି ରଙ୍ଗର ପ୍ରିଣ୍ଟ ଛୋଟ ପେପର୍‌ରେ ବ୍ରାଉନସୁଗାର ପୁଡିଆ କରୁଥିଲେ। ଖବର ପାଇ ଅନୁଗୁଳ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ସ୍ପେଶାଲ୍ ସ୍କ୍ୱାର୍ଡ ଓ ଟାଉନ୍ ଥାନା ପୋଲିସ୍ ମିଳିତ ଭାବେ ଚଢ଼ଉ କରିଥିଲେ। ପୋଲିସ୍ ସମସ୍ତ ଅଭିଯୁକ୍ତଙ୍କୁ କାବୁ କରିବା ସହିତ ୧୮ ଗ୍ରାମ୍ ବ୍ରାଉନସୁଗାର ଜବତ କରିଥିଲା। ଅପରାହ୍ନରେ ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି ।

Share

Leave a Reply