କୃମି ବଟିକା ଖାଇ ୧୯ ଛାତ୍ରଛାତ୍ରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

You are currently viewing କୃମି ବଟିକା ଖାଇ ୧୯ ଛାତ୍ରଛାତ୍ରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ କରଡାବଣି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି କୃମି ବଟିକା ଖାଇ ୧୯ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ବଇଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ, ସୋମବାର ବଇଣ୍ଡା ମେଡିକାଲ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା କୃମି ମେଡିସିନ ଖାଇବାକୁ ଦିଆଯାଇଥିଲା। ବିଦ୍ୟାଳୟରେ ଥିବା ସମସ୍ତ ଛାତ୍ରଛାତ୍ରୀ ଏହି ମେଡିସିନ ଖାଇଥିଲେ। କିନ୍ତୁ ୨ ଘଣ୍ଟା ପରେ ୧୯ ଜଣ ଅସୁସ୍ଥ ହୋଇ ପଡ଼ିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟଙ୍କ ସହ ଅଭିଭାବକମାନେ ଅସୁସ୍ଥ ପିଲାଙ୍କୁ ବଇଣ୍ଡା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ପରେ ସେମାନେ ଘରକୁ ଜଣାଯାଇଛି। ତେବେ ବଇଣ୍ଡା ମେଡିକାଲ ପକ୍ଷରୁ ଏକ ଟିମ ସ୍କୁଲ୍କୁ ପୁଣି ଯାଇ ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ଜଣାଯାଇଛି।

Share

Leave a Reply