ଅଭାବନୀୟ ଘଟଣା: ଚିକିତ୍ସାଳୟ ପାଇଖାନାରେ ଜନ୍ମିତ ଶିଶୁର ଶବ

You are currently viewing ଅଭାବନୀୟ ଘଟଣା: ଚିକିତ୍ସାଳୟ ପାଇଖାନାରେ ଜନ୍ମିତ ଶିଶୁର ଶବ

ଅନୁଗୁଳ: ସୋମବାର ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ସର୍ବସାଧାରଣ ଲେଡିଜ୍ ଟଏଲେଟରେ ଏକ ନବଜାତ ଶିଶୁର ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ନବଜାତ ଶିଶୁ ଟିକୁ ଜବରଦସ୍ତ ପ୍ୟାନ ହୋଲ୍ ଭିତରେ ପୁରେଇବାକୁ ଚେଷ୍ଟା କରାଯାଇଥିବା ବେଳେ କେବଳ ଗୋଡ଼ ଦୁଇଟି ବାହାରକୁ ଦିଶୁଥିଲା। ସଫେଇ କର୍ମଚାରୀ କୌଣସି ଲୋକ ଠାରୁ ଖବର ପାଇ ଟଏଲେଟକୁ ବନ୍ଦ କରିଦେଇଥିଲେ।ସକାଳେ ପାଇଖାନା ସଫା କରିବାକୁ ଆସିଥିବା ଝାଡୁଦାର ମାନେ ଜରିରେ ଶବ ଟିକୁ କାଢି ନେଇଯାଇଥିଲେ।

ତେବେ ଘଟଣାକୁ ଚାପି ଦେବାପାଇଁ ଯେତେ ଉଦ୍ୟମ ହୋଇଥିଲେ ମଧ୍ୟ କିଛି ସମୟ ମଧ୍ୟରେ ଖବର ଚାରିଆଡେ ପ୍ରଘଟ ହୋଇଯାଇଥିଲା। କିଏ କାହିଁକି ନବଜାତ ଶିଶୁକୁ ଏଭଳି ଭାବେ ହତ୍ୟା କଲା ତାହା ଜଣା ପଡିନାହିଁ। ଅନୁଗୁଳ ଜିଲ୍ଲାରେ ଅବିବାହିତ ମାତୃତ୍ଵ ସଂଖ୍ୟା ବଢୁ ଥିବାରୁ କେହି ଏପରି କରିଥିବା ବୋଲି ଚିନ୍ତା କରାଯାଉଛି । ଡାକ୍ତରଖାନା ସିସିଟିଭି ଫୁଟେଜ ଅନୁସନ୍ଧାନ କଲେ ଅନେକ ତଥ୍ୟ ମିଳିପାରିବ ବୋଲି କୁହାଯାଉଛି।

ଡାକ୍ତରଖାନା ସିକ୍ୟୁରିଟି ଓ ସଫେଇ ବିଭାଗ ଏଥିନେଇ ମୁହଁ ଖୋଲୁ ନଥିବା ବେଳେ ଘଟଣା ନେଇ ଡାକ୍ତରଖାନା କୌଣସି ଅଧିକାରୀଙ୍କ ସହ।ଆମର ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ। ଲକ୍ଷ୍ମୀ ପୂଜା ଗହଳି ଭିତରେ
ଏଭଳି ଶିଶୁ ହତ୍ୟା ସାଧାରଣରେ ଆଲୋଡ଼ନ ଖେଳାଇ ଦେଇଛି।

Share

Leave a Reply