ଅନୁଗୁଳ : ଅନୁଗୁଳ ସଦର ଥାନା ପୁଲିସ ସୋମବାର ୨ ଜଣ ବାଇକ ଚୋରଙ୍କୁ ଗିରଫ କରିବାସହ ସେମାନଙ୍କଠାରୁ ୩ଟି ବାଇକ ଉଦ୍ଧାର କରିଛି। ସୂଚନା ମୁତାବକ, ଗତ ୩ ତାରିଖରେ ନୂଆମୌଜା ଅଞ୍ଚଳରେ ଥିବା ଲକ୍ଷ୍ମୀ ହୋଣ୍ଡା ଗୋଦାମରୁ ୩ଟି ବାଇକ ଓ ୨ଟି ସ୍କୁଟି ଚୋରି ହୋଇଥିଲା। ଏ ନେଇ ସଦର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜକରି ଗଟଣାର ତଦନ୍ତ କରିଥିଲା। ପୁଲିସ ସୋମବାର ଏଥିରେ ସମ୍ପୃକ୍ତ ନୂଆମୌଜାର ଆଶିଷ ନାଏକ(୨୦) ଓ ବାଉଁଶନାଳୀର ପ୍ରକାଶ ନାଏକ(୨୨)ଙ୍କୁ ଗିରଫକରି ସେମାନଙ୍କଠାରୁ ୨ଟି ବାଇକ ଓ କୋଟିଏ ସ୍କୁଟି ଜବତ କରିଛି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି।
୨ ବାଇକ ଚୋର ଗିରଫ
- Post published:November 8, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul