ଅନୁଗୁଳ: ଅନୁଗୁଳ ସଦର ଥାନା ପୋଲିସ ମଙ୍ଗଳବାର ସ୍ଵାମୀ ଓ ସ୍ତ୍ରୀଙ୍କୁ ମରଣାନ୍ତକ ଅକ୍ରମଣ ଅଭିଯୋଗରେ ୨ ଭାଇଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।
ସୂଚନା ଯେ, ପ୍ରଗତିନଗର ଗାଣ୍ଡୁପଡ଼ିଆରେ ରହିଥିବା ଚମ୍ପେଶ୍ବର ମିର୍ଦ୍ଧା ଓ ସନ୍ତୋଷ ପଧାନଙ୍କ ପରିବାର ମଧ୍ୟରେ ଘୁଷୁରୀ ବେପାରକୁ ନେଇ ଗତ ୧୫ ଦିନ ହେଲା ବିବାଦ ଲାଗି ରହିଥିଲା। ତେବେ ସୋମବାର ବିଳମ୍ବିତ ରାତିରେ ସନ୍ତୋଷ ପଧାନ(୩୦) ଓ ତାଙ୍କ ଭାଇ ବସନ୍ତ ପ୍ରଧାନ(୩୪) ମିଳିତ ଭାବେ ଚମ୍ପେଶ୍ବରଙ୍କ ଘରେ ପଶି ଗାଳି ଗୁଲଜକରି ଶାବଳ ଓ ଟଙ୍ଗିଆରେ ଆକ୍ରମଣ କରିଥିଲେ। ଫଳରେ ଚମ୍ପେଶ୍ବର ଓ ତାଙ୍କ ସ୍ତ୍ରୀ ଶାନ୍ତି ମିର୍ଦ୍ଧା ଗୁରୁତର ଆହତ ହୋଇଥିଲେ। ଏହ ଉତ୍ୟକ୍ତ ୨ ଭାଇ ଚମ୍ପେଶ୍ବରଙ୍କ ବାଇକ୍ ଭାଙ୍ଗିଦେବାସହ ଘରୁ ୨୦ ହଜାର ଟଙ୍କା ଚୋରିକରି ନେଇଥିଲେ। ଏ ନେଇ ଚମ୍ପେଶ୍ବରଙ୍କ ପୁଅ କହ୍ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୋଲିସ ଏକ ମାଲା ରୁଜୁକରି ଅଭିଯୁକ୍ତ ସନ୍ତୋଷ ଓ ବସନ୍ତଙ୍କୁ ଗିରଫ କରିବାସହ ଶାବଳ ଓ ଟାଙ୍ଗିଆ ଜବତ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି।